xmas

ସଡକ ଦୁର୍ଘଟଣାରେ ୫ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଇଥିବା ଦେଖିବାକୁ ମିଳିଛିା ସୁଚନା ମୁତାବକ ମାଲକାନଗିରିରୁ ଏକ ବୋଲେର ଗାଡି ନଂ. ଓଡି ୩୦ ସି ୩୮୧୯ରେ ଜିଲ୍ଲା ସଦରର ଗୋଟିଏ ପରିବାରର ୪ ଜଣ ଲୋକେ ମାଥିଲି ଅଭିମୁଖେ ଯାଉଥିବା ସମୟରେ ପଦ୍ମଗିରି ଛକ ନିକଟରେ ପାଣ୍ଡ୍ରିପାଣି ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏକ କୁକୁଡା ବୋଝେଇ ଟାଟା ମିନି ଭ୍ୟାନ ଗାଡି ନଂ. ଓଡି ୧୦ ଭି ୨୨୦୬ ଆସୁଥିବା ସମୟରେ ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲ।। ଫଳରେ ଏହି ଦୁର୍ଘଟଣାରେ ବୋଲେରୋ ଗାଡିର ଡ୍ରାଇଭର ସମେତ ୫ ଆହତ ହୋଇଛନ୍ତିା ଆହତଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛିା ଅନ୍ୟ ପଟେ କୁକୁଡା ବୋଝେଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ଫେରାର ହୋଇ ଯାଇଥିବା ଦେଖିବାକୁ ମିଳିଛିା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତିା

Leave A Reply

Your email address will not be published.