xmas

ଧନୁ ତୀର ଖେଳୁଥିବା ବେଳେ ନାକରେ ତୀର ଗଳି ଯାଇ ନାବାଳକ ଗୁରୁତର

ଦୁଇ ଘଣ୍ଟା ପରିଶ୍ରମ ପରେ ଡାକ୍ତର ସଫଳତାର ସହ ଅପରେଶନ କରି ନାକରୁ ତୀର ବାହାର କଲେ
ମାଲକାନଗିରି,୧।୧: ଘରେ ଥିବା ଏକ ଧନୁ ତୀର ଧରି ଖେଳୁଥିବା ବେଳେ ଅସାବଧାନତାରୁ ନାକରେ ତୀର ଗଳି ଯାଇ ନାବାଳକ ଜଣେ ଗୁରୁତର ହୋଇଛନ୍ତି । ଦୁଇଘଣ୍ଟା ପରିଶ୍ରମ ପରେ ମାଲକାନଗିରି ଜିଲ୍ଲା ହସ୍ପିଟାଲ ର ସର୍ଜରି ବିଶେଶଜ୍ଞ ଡାକ୍ତର ସପନ କୁମାର ଧିଣ୍ଡା ସଫଳତାର ସହ ଅପରେଶନ କରି ନାକରୁ ତୀର ବାହାର କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନାସ୍ଥ ଖଇରପୁଟ ବ୍ଲକ ଆନ୍ଦାଗୁଡା ଗ୍ରାମରେ। ସେହି ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ ପୂଜାରୀ(୯) ରବିବାର ସନ୍ଧ୍ୟା ରେ ଘରେ ଥିବା ଏକ ଧନୁ ତୀର ଆଣି ଦାଣ୍ଡରେ ଖେଳୁଥିଲେ। ସେ ଧନୁରେ ତୀର ଜୋଖୁଥିବା ବେଳେ ତୀରଟି ଅସାବଧାନତାରୁ ତାଙ୍କ ନାକ ପୁଡ଼ାରେ ପଶି ଯାଇଥିଲା। ସେ ଚିତ୍କାର କରି କାନ୍ଦିବାରୁ ପରିବାର ଲୋକେ ତା ନିକଟରେ ପହଁଚି ତୀର ଟିକୁ କାଡିବା ପାଇଁ ବହୁତ ଚେଷ୍ଠା କରିଥିଲେ। ହେଲେ ତୀରର ତୀକ୍ଷଣ ଲୁହା ପାତଟି ନାକରୁ ବାହାରିନଥିଲା, ପରିବାର ଲୋକେ ନନ୍ଦକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ରବିବାର ରାତ୍ରରେ ଆଣି ଚିକିତ୍ସା କରିଥିଲେ। ହସ୍ପିଟାଲର ଡାକ୍ତର ସପନ କୁମାର ଧିଣ୍ଡା ରାତ୍ରରେ ଦୁଇ ଘଣ୍ଟାର ପରିଶ୍ରମ ପରେ ନାକରୁ ସଫଳତାର ସହିତ ଅପରେଶନ କରି ତୀରଟିକୁ ବାହାର କରିଥିଲେ। ନାବାଳକ ବର୍ତମାନ ସୁସ୍ଥ ଅଛି। ଦିନେ ଦୁଇ ଦିନ ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.