xmas

ନବ ବର୍ଷରେ ଲୋକଙ୍କ ୬୮ଟି ସମସ୍ୟାର ଶୁଣାଣି କଲେ ବିଡିଓ

ମାଲକାନଗିରି, ୨।୧: ନୂଆ ବର୍ଷରେ ଲୋକଙ୍କ ପାଈଁ କିଛି ନୁଆ କରିବା ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଡିଓ ଲୋକଙ୍କ ନିକଟକୁ ଯାଇ ସମସ୍ୟାର ଶୁଣାଣି କରିଛନ୍ତି । ସୂଚନା ଅନଯାୟୀ ମାଲକାନଗିରି ବିଡିଓ ପ୍ରଭାତୀ ଝୋଡିଆଙ୍କ ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ମାଲକାନଗିରି ସଦର ବ୍ଲକ ସ୍ଥିତ ଝରାପାଲ୍ଲୀ ଗ୍ରାମ ପଂଚାୟତରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହୋଇଥିଲ।। ଏହି ଅବସରରେ ଝରାପାଲ୍ଲୀ ସରପଂଚ ବିମଳା ମାଡକାମି, ନାଏବ ସରପଂଚ ଗଙ୍ଗାଧର ପଡିଆମି, ସମିତି ସଭ୍ୟ ନରସିଂହ ମାଡକାମି, ଜିଲ୍ଲା ପରିଷଦ ସଭ୍ୟା କୁନି ଭୁମିଆ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠି, ଯୋଗାଣ ନିରୀକ୍ଷକ ପ୍ରଭଞ୍ଜନ ମହାନ୍ତି, ବିପିସି ମନୋରଂଜନ ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ମାଝୀ, ତଥା ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ତଥା ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହିଥିଲୋ ଏହି ଅବସରରେ ଝରାପାଲ୍ଲୀ ଅଂଚଳର ଶତାଧିକ ଜନତା ନିଜ ନିଜର ଅଭିଯୋଗ ନେଇ ଆସି ବିଡିଓଙ୍କ ନିକଟରେ ଶୁଣାଣୀ କରିଥିଲୋ ବିଡିଓଙ୍କ ଦ୍ୱାରା ସମୁଦାୟ ୬୮ଟି ଅଭିଯୋଗ ଶୁଣାଣୀ କରା ଯାଇଥିଲ।। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା, ଓ ରାସ୍ତାଘାଟ ଉପରେ ଲୋକମାନେ ଅଭିଯୋଗ କରିଥିଲୋ ଏହି ଶୁଣାଣୀ ପରେ ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ଶୁଶ୍ରୀ ଝଡିଆ ପ୍ରତିଶୃତି ଦେଇଥିଲୋ ଏହି କାର୍ଯ୍ୟକ୍ରମକୁ ଝରାପାଲ୍ଲୀ ପଂଚାୟତ ନିର୍ବାହୀ ଅଧିକାରୀ ଅଶୋକ ମହାନ୍ତି ପରିଚାଳନା କରିଥିଲୋ ତେବେ ରାଜ୍ୟ ସରକାରଙ୍କ ପ୍ରତି ଯୋଜନା ଯେପରି ଲୋକଙ୍କ ନିକଟରେ ପହଂଚି ପାରିବ ସେନେଇ ବିଡିଓ ସବୁବେଳେ ତତ୍ପର ଥିବା ବେଳେ ନୂଆ ବର୍ଷରେ ଲୋକଙ୍କ ସମସ୍ୟା ବୁଝି ବେଶ୍ ପ୍ରସଂଶା ସାଉଁଟି ଛନ୍ତି ସୁଶ୍ରୀ ଝୋଡିଆ ।

Leave A Reply

Your email address will not be published.