xmas

ସିସିଟିଏନ୍‌ଏସ୍‌ ପ୍ରଗତି ଡାସବୋର୍ଡ ୨୦୨୩: ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ, ଥାନା ତାଲିକା ଶୀର୍ଷରେ ବ୍ରହ୍ମପୁର ଟାଉନ୍‌

ଖଲ୍ଲିକୋଟ: କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟଓ୍ୱାର୍କ ସିଷ୍ଟମ ପ୍ରଗତି ଡାସ୍‌ବୋର୍ଡ ରିପୋର୍ଟ ୨୦୨୩ ପ୍ରକାଶିତ । ଏଥିରେ ଲୋକଙ୍କୁ ସେବା ଯୋଗାଇବାରେ ଗଞ୍ଜାମ ଜିଲ୍ଲା ରାଜ୍ୟର ପ୍ରଥମ ସ୍ଥାନ ଅକ୍ତିଆର କରିଛି । ସେହିପରି ଥାନା ତାଲିକାରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଟାଉନ୍‌ ଥାନା ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ ଷଷ୍ଠ ଆଇଆଇସି ତାଲିକାରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ ପ୍ରଥମ ଓ ବ୍ରହ୍ମପୁର ଟାଉନ୍‌ ଥାନା ଆଇଆଇସି ୨ୟ ସ୍ଥାନରେ ରହିଛନ୍ତି ।

ଲୋକଙ୍କୁ ସେବା ଯୋଗାଇବା ସହ ଅପରାଧ ନିୟନ୍ତ୍ରଣ ଏବଂ ତଥ୍ୟ ପଞ୍ଜୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନୀ କରି ଗଞ୍ଜାମ ପୋଲିସ ଜିଲ୍ଲା ସହ ଏହି ଦୁଇ ଥାନା ଅଧିକାରୀ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସିସିଟିଏନ୍‌ଏସ୍‌ ପ୍ରଗତି ଡାସବୋର୍ଡ ରିପୋର୍ଟରୁ ଜଣାପଡିଛି । ରାଜ୍ୟରେ ଥାନା ମାନଙ୍କର ରାଙ୍କିଂ ପାଇଁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ପ୍ରଗତି ଡାସବୋର୍ଡ ଚଳିତ ବର୍ଷରୁ ଆରମ୍ଭ କରିଛି ।

ତେବେ ପ୍ରଦର୍ଶନ ଭିତିରେ ଥାନା, ପୋଲିସ ଜିଲ୍ଲା ଓ ଥାନା ଅଧିକାରୀମାନଙ୍କୁ ରାଙ୍କିଂ କରାଯାଉଛି । ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନା, ଥାନା ପେଣ୍ଡିଂ କେସ୍, ଅପରାଧର ଖୁଲାସା ଓ ତାହାର ସମାଧାନ, କେସ୍‌ର ଦଣ୍ଡବିଧାନ ହାର, ଚାର୍ଜସିଟ ଦାଖଲ ସଂଖ୍ୟା ଆଦି ପ୍ରସଙ୍ଗକୁ ଆଧାର କରି ରାଙ୍କିଂ କରାଯାଏ ।

ଡାସବୋର୍ଡ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲା ୯୭.୨୮ ପ୍ରତିଶତ ମାର୍କ ରଖିଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନା ୯୪.୪୪ ପ୍ରତିଶତ ରଖିଛି । କୋଦଳା ଥାନା ଆଇଆଇସି ଉମାକାନ୍ତ ୯୮.୦୯ ଓ ବ୍ରହ୍ମପୁର ଟାଉନ୍‌ ଥାନା ଆଇଆଇସି ୯୭.୮୧ ପ୍ରତିଶତ ମାର୍କ ରଖିଥିବା ଡାସବୋର୍ଡ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିପରି ରାଜ୍ୟରେ ଏସଡିପିଓ ସ୍ତରରେ ୧ମ,୨ୟ,୩ୟ ଓ ୪ର୍ଥ ରେ ଗଞ୍ଜାମ ପୁଲିସ ଜିଲ୍ଲା ରହିଛି ।

ତେବେ ରାଜ୍ୟରେ ଗଞ୍ଜାମ ପୁଲିସ ଜିଲା ଭଳ ପ୍ରଦର୍ଶନ କରିଥିବା ଏସଡିପିଓ ଓ ଥାନା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏସପି ଶ୍ରୀ ମୀନା ଶୁଭେଛା ଜଣାଇବା ସହ ଏହି ସେବା ଜାରି ରଖିବାକୁ ଉପଦେଶ ଦେଇଛନ୍ତି।

Leave A Reply

Your email address will not be published.