xmas

୧୩ ହଜାର କଲେଜ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ

ମାଲକାନଗିରି: ଓଡ଼ିଶା ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଯୁବ ମହୋତ୍ସବ କାର୍ଯ୍ୟକ୍ରମ ଆଜି ମାଲକାନଗିରି ଜିଲ୍ଲାର ସ୍ପୋର୍ଟସ କମ୍ପ୍ଲେକ୍ସ ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ଯୁବ ଉତ୍ସବରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା ,ଜିଲ୍ଲାପାଳ ବିଶାଲ ସିଂ, ଏସପି ନୀତେଶ ୱାଧ୍ଵାନି ଏହି ଯୁବ ମହୋତ୍ସବରେ ଉପସ୍ଥିତ ରହିଥିଲେ। ମାଲକାନଗିରି ଜିଲ୍ଲାର ୩୨ଟି କଲେଜର ୧୩ ହଜାର କଲେଜ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୂତନ ଉନ୍ନତ ଅଭିଳାଷ, ଓଡ଼ିଶା ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା କଲେଜ ଛାତ୍ର ଛାତ୍ରୀ ଯୁବ ପିଢ଼ିଙ୍କ ଆନୁଷ୍ଠାନିକ ଶିକ୍ଷା ସହ କଳା, ସଂସ୍କୃତି, କ୍ରୀଡା, ସମାଜସେବା ଲୁକ୍କାୟିତ ପ୍ରତିଭା ଉନ୍ମଚନ, ବିକାଶ ଓ ପରିପ୍ରକାଶ ହେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଯୁବ ପିଢ଼ି ମାନେ ନୂଆ ଓଡ଼ିଶା, ବିକାଶ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶାରେ ଭାଗୀଦାର ହେବା ହେଉଛି ଏହାର ମୂଳ ଉଦ୍ଧେଶ୍ୟ ବୋଲି ମାନ୍ୟବର ଅତିଥି ମାନେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ପରେ ସାଂସ୍କୃତିକ, ସଙ୍ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା ଆଓମା ନୃତ୍ୟ ଗ୍ରୁପ, କାଲକି ରେପର୍, ସିଙ୍ଗର କୁଲଦୀପ ପଟ୍ଟନାୟକ, ଇଣ୍ଡିଆନ ଆଇଡଲ୍ ସିଙ୍ଗର ରୋହନ ବିଶ୍ବାଳ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ମନ ମୋହିଥିଲେ । ପରେ ଅତିଥିଙ୍କ ଦ୍ଵାରା ସାଂସ୍କୃତିକ, କ୍ରୀଡା କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ଓ ସାଂସ୍କୃତିକ ଗ୍ରୁପଙ୍କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ କୁମାର କ୍ଷେମୁଣ୍ଡୁ, ଏପିଡି ମାନସ କୁମାର ମିଶ୍ର ଓ ଜିଲ୍ଲା ନୋଡାଲ ଅଫିସର ଅଧ୍ୟାପକ ରଂଜନ କୁମାର ସ୍ବାଇଁ ଓ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ମାନେ ।

Leave A Reply

Your email address will not be published.