xmas

ପୁସ ପରବ ଭେଟ ଘାଟ ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନକମାମୁଡ଼ି ଗ୍ରାମ ପଞ୍ଚାୟତ ଦାନ୍ଦର୍ବେଡା ଗ୍ରାମରେ ପୁସ ପରବ ଭେଟ ଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଂଶୀଧର ମୁଦୁଲି ଯୋଗ ଦେଇଥିଲେ । ଦାନ୍ଦର୍ବେଡା ଗ୍ରାମରେ ଶ୍ରୀ ମୁଦୁଲି ପହଞ୍ଚିବା ପରେ ତାଙ୍କୁ ନାକାମାମୁଡ଼ି ଗ୍ରାମ ପଞ୍ଚାୟତର ଲୋକ ମାନେ ଏକ ବିରାଟ ଶୋଭାଯାତ୍ରା ପତିଆର କରି ପାଛୋଟି ନେଇଥିଲେ । ଶ୍ରୀ ମୁଦୁଲି ଉଦବୋଧନ ଦେଇ ସରକାରଙ୍କ ସମସ୍ତ ଯୋଜନାକୁ କିପରି ଭାବରେ ଗ୍ରାମବାସୀ ଲାଭ ଉଠେଇ ପାରିବେ ସେଇ ସବୁ ବିଷୟରେ ଆଲୋଚନା କରି ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ମୌଳିକ ସମସ୍ୟା ସବୁକୁ ପଚାରି ବୁଝିଥିଲେ । ବଂଶୀଧର ମୁଦୁଲିଙ୍କୁ ପାଖରେ ପାଇ ନାକାମାମୁଡ଼ି ଗ୍ରାମ ପଞ୍ଚାୟତର ଲୋକ ମାନେ ଭାରି ଖୁସି ଅନୁଭବ କରିଥିଲେ । ବଂଶୀଧର ମୁଦୁଲିଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବାରୁ ସେ କହିଥିଲେ କି ଏଇ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସହିତ ସିଏ ସବୁ ଦିନେ ସୁଖ ଦୁଃଖରେ ଅଛନ୍ତି ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେଥିପାଇଁ ସଦା ସର୍ବଦା ଚେଷ୍ଟା ଚଲାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଲୋକ ପର୍ବରେ ଜନଜାତିଙ୍କ ପାରମ୍ପରିକ ନୃତ୍ୟରେ ଯୁବକ ଯୁବତୀ ମାନେ ଆନନ୍ଦ ଉଲ୍ଲାସରେ ଏହି ପର୍ବଟିକୁ ପାଳନ କରିଥିଲେ ।

Leave A Reply

Your email address will not be published.