xmas

ଡିଡାଇ ସମାଜ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆର୍ ଏସ ସି ୧ ଗ୍ରାମରେ ଡିଡାଇ ସମାଜ ସଭାପତି ବଂଶୀଧର ମୁଦୁଲି ଗସ୍ତ କରିଥିଲେ । ଶ୍ରୀ ମୁଦୁଲି ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ବିରାଟ ଶୋଭାଯାତ୍ରା କରି ତାଙ୍କୁ ପାଛୋଟି ନେଇଥିଲେ । ଗାଁର ଗାଁ ଠାକୁରାଣୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ସଭା ମଞ୍ଚକୁ ଯାଇଥିଲେ । ଗାଁର ସମସ୍ୟା ଉପରେ ଆଲୋଚନା କରି ଟିକିନିିକ ତଦାରଖ କରି ଉଦବୋଧନ ଦେଇ ନିଜ ଖୁସିକୁ ଜାହିର କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ଏକ ଟଙ୍କା ଚାଉଳ ଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମୋ କୁଡିଆ, ମଧୁ ବାବୁ ପେନସନ, ୫-ଟି ସ୍କୁଲ ରୂପାନ୍ତରିତ କରଣ, ରାସ୍ତା ଘାଟ ନିର୍ମାଣ ଆଦି ଜନ କଲ୍ୟାଣ ଯୋଜନା ଗୁଡିକ କିପରି ହିତାଧିକାରୀଙ୍କ ହାତ ପାହାନ୍ତରେ ପହଞ୍ଚିବ ଲୋକଙ୍କୁ ବୁଝାଇଥିଲେ । ଗ୍ରାମବାସୀଙ୍କ ପାଖରେ ଶ୍ରୀ ମୁଦୁଲି କହିଲେ ଏତେ ଭଲ ପାଇବା ଏ ଅଞ୍ଚଳର ଲୋକ ତାଙ୍କୁ ଦେଇଛନ୍ତି ବୋଲି ସେ ତାଙ୍କ ପାଖରେ ଚିରରୁଣୀ ଓ ବଂଶୀ ଭାଇଙ୍କୁ ପାଖରେ ପାଇ ମଧ୍ୟ ଗ୍ରାମବାସୀ ଭାରି ଖୁସି ଅନୁଭବ କରିଥିଲେ ।

Leave A Reply

Your email address will not be published.