xmas

ମାଲକାନଗିରିରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପନ

ମାଲକାନଗିରି: ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ସଡ଼କ ସୁରକ୍ଷା ସପ୍ତାହ ମହାସମାରୋହରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ପରିବହନ କାର୍ଯ୍ୟାଳୟରୁ ଆଇ.ଏମ୍ .ଏସ୍ .ଟି ଦେଇ ସ୍ଥାନୀୟ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି l ଏଥିରେ ମୂଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୂଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଥିଲେ l ଏଥିରେ ଏମ୍. ଭି. ଆଇ. ଜୋହାନ ପ୍ରତାପ କୁଲୁ ଏବଂ ଟ୍ରାଫିକ ଇନ୍ସପେକ୍ଟର ଦୀପକ କୁମାର ସାହୁଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇଥିଲେ l ଏହି ଉପଲକ୍ଷେ ଏକ ମଟର ସାଇକେଲ ସଚେତନତା ରାଲି ମଧ୍ୟ କରାଯାଇଥିଲା l ଏଥିରେ ୪୦ରୁ ଉର୍ଦ୍ଧ ପ୍ରତିଭାଗୀ ଥିଲେ l ହେଲମେଟ, ସିଟବେଲ୍ଟ ଓ ମୋବାଇଲର ବ୍ୟବହାରକୁ ବାରଣ ସହ ନିଶା ସେବନ ଠାରୁ ଦୂରେଇ ରହିବାକୁ ବାର୍ତ୍ତା ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.