xmas

ବିଏସକେୱା ଇ-ନବୀନ କାର୍ଡ ପ୍ରଚାର ରଥ ଉଦଘାଟନ

ମାଲକାନଗିରି, ୭।୧: ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ଉପସ୍ଥିତିରେ ବିଏସକେୱା ଇ-ନବୀନ କାର୍ଡ ପ୍ରଚାର ରଥକୁ ଅନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପ୍ରଫୁଲ କୁମାର ନନ୍ଦ, ଡିପିଏମ ସସ୍ମିତା ସାହୁ, ଆଇସିଏ ଶିବପ୍ରସାଦ ପ୍ରହରାଜ, ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତକୁ ପରିକ୍ରମା କରି ବିଏସକେୱାଇ- ନବୀନ କାର୍ଡ ସଂପର୍କରେ ପ୍ରଚାର ପ୍ରସାର କରି ଜନ ସଚେତନତା କରିବା ସହିତ ଏହାର ଜନ କଲ୍ୟାଣ ଉଦ୍ଦେଶ୍ୟରେ ଜନ ସାଧାରଣଙ୍କୁ ଅବଗତ କରାଇବ । ନବୀନ ସ୍ବାସ୍ଥ୍ୟ କାର୍ଡ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ କର ପ୍ରଦାନକାରୀଙ୍କୁ ବାଦ୍ ଦେଲେ ଏହାର ଫାଇଦା ସମସ୍ତ ଜନତା ନେଇପାରିବେ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ । ଏହି ଯୋଜନାରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯୋଗ୍ୟ ବିବେଚିତ ବ୍ୟକ୍ତି ବିଶେଷ ନାମ ପଞ୍ଜୀକରଣ ପାଇଁ ଆହ୍ବାନ କରାଯାଇଛି ।

Leave A Reply

Your email address will not be published.