xmas

ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ ଶତବିର ସିଂଙ୍କୁ ଜିଲ୍ଲାବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି, ୧୦/୧/୨୪: ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ଶତବିର ସିଂ ରିୟାର (ପପୁ) ଭାରତୀୟ ଦଳର ମ୍ୟାନେଜର ଭାବେ ଦାଇତ୍ଵ ତୁଲାଇ ଆଜି ମାଲକାନଗିରି ଫେରିଛନ୍ତି। ମାଲକାନଗିରି ଜିଲ୍ଲାବାସୀ ତାଙ୍କୁ ଫୁଲମାଳ ପିନ୍ଧାଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ରାଲି ବାହାରି ତାଙ୍କୁ ସହର ପରିକ୍ରମା କରାଯାଇଥିଲା। ଜିଲ୍ଲାର ସମସ୍ତ ଜନ ସାଧାରଣ, କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି। ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରୁ ଶ୍ରୀ ରିୟାର ଏହି ଦାୟିତ୍ଵ ପାଇଥିବା ବେଳେ ଏହା ଜିଲ୍ଲା ପାଇଁ ଗର୍ବ ଆଣିଦେଇଛି । ସେ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଟ କ୍ରିକେଟ ଖେଳାଳି ତଥା ଜଣାଶୁଣା କ୍ରୀଡାବିତ ଭାବେ ପରିଚୟ ପାଇଥିବା ବେଳେ ବର୍ତ୍ତମାନ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଦକ୍ଷିଣ ଆଫ୍ରିକା ଟୁରରୁ ଫେରିବା ପରେ ସେ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ଦାୟିତ୍ଵ ଦେଇଥିବାରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଏବଂ ବିସିସିଆଇକୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Leave A Reply

Your email address will not be published.