xmas

ଚାଷୀଙ୍କ ସମସ୍ୟାକୁ ନେଇ କିଷାନ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି: ଆଜି କିଷାନ କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାର ସୋମନାଥପୁର, କୋରକୁଣ୍ଡ ଏବଂ ମାଲକାନଗିରି ଅଞ୍ଚଳର କିଛି ଧାନମଣ୍ଡି ପରିଦର୍ଶନ କେଆଯାଇଥିଲା। ସରକାର ଚାଷୀଙ୍କୁ ଯାହା କହିଛନ୍ତି ଯାହା ପ୍ରତିଶୃତି ଦେଇଛନ୍ତି ତାହା ସମ୍ପୂର୍ଣ ଭାବେ ପ୍ରତାରଣା ଦେଇଛନ୍ତି। ସରକାର ମାଲକାନଗିରି ବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କିନ୍ତୁ କୌଣସି ସ୍ୱପ୍ନ ପୂରଣ କରୁନାହାନ୍ତି। ଚାଷୀମାନେ ମଣ୍ଡିରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରତି ମଣ୍ଡିରେ ୩ କେଜିରୁ ୪ କେଜି କଟଣୀ ଛଟଣି ହେଉଛି। ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉନାହିଁ। ସରକାର ଚାଷୀଙ୍କ ଅବସ୍ଥା ଜାଣି ମଧ୍ୟ ଚୁପ ରହୁଛନ୍ତି। ସରକାର ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। କିଷାନ କଂଗ୍ରେସ ଅନେକ ଗୁଡିଏ ଦାବି ରଖିଛନ୍ତି । ଚାଷୀଙ୍କ ବଳକା ଧାନ କିଣାଯାଉ, ଟୋକନ ସମସ୍ୟା ଦୁର କରାଯାଉ, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କରାଯାଉ । ପ୍ରତ୍ୟେକ ଚାଷୀଙ୍କୁ ୬୦୦ ଟଙ୍କା ବୋନସ ଦିଆଯାଉ। ସରକାର କୃଷକ ମାନଙ୍କୁ ଅଣଦେଖା ନ କରି ସେମାନଙ୍କ ସମସ୍ୟା ଦୂର କରିବାକୁ ଦାବି ରଖିଛନ୍ତି କିଷାନ କଂଗ୍ରେସ କମିଟି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ମୋଙ୍ଗୁ ଖିଲ, ଇର୍ମା ପୋଡ଼ିଆମୀ, ଇସାଖ ଖୋସଲା, ପଦ୍ମ ପାଙ୍ଗି ପ୍ରମୁଖ କଂଗ୍ରେସ ନେତା ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.