xmas

ଚିକିତ୍ସା ସମୟରେ ଯୁବକଙ୍କ ମୃତ୍ୟୁ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଉକ୍ତ ଗ୍ରାମର ଶ୍ରୀକାନ୍ତ ପରିଡ଼ା (ଟୁଲିଆ ୪୦ବର୍ଷ) ଙ୍କ ଆଜି ଭୋର ୩ଟାରେ ଚିକିତ୍ସା ସମୟରେ ଦେହାନ୍ତ ହୋଇଯାଇଛି । ପ୍ରକାଶ ଯେ, ଶ୍ରୀକାନ୍ତଙ୍କ ଦେହ କିଛି ଦିନ ହେବ ଅସୁସ୍ଥ ଥିବାରୁ ସେ ଅନୁଗୁଳରୁ ନିଜ ଘରକୁ ଆସିଥିଲେ । ହଠାତ ଗତକାଲି ଦେହ ବହୁତ ଅସୁସ୍ଥତା ହେବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଦେହ ବହୁତ ଖରାପ ହେବାରୁ ଡାକ୍ତର ତାଙ୍କୁ ଆଇସିୟୁ ଭର୍ତ୍ତି କରିଥିଲେ । ସେଠି ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ଏହି ଖବର ଜଣାପଡ଼ିବା ପରେ ଗାଁ ତଥା ଆଖପାଖ ଅଞ୍ଚରେରେ ଏକ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶହ ଶହ ଲୋକ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେ ଜଣେ ଭଲ ମଣିଷ, ମେଳlପି, ପରୋପକାରୀ ମଣିଷ ଥିଲେ । ସେ ଅନୁଗୁଳରେ ରହି ନିଜର ଏକ ଟ୍ରକ ଚଳାଇ ପରିବାର ପୋଷଣ କରୁଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳ ଓ ଟ୍ରକ ଆସୋସିଏସନରେ ଶୋକର ବାର୍ତ୍ତା ବରଣ ସୃଷ୍ଟି ହୋଇଯାଇଛି । ତାଙ୍କର ବିଧବା ପତ୍ନୀ ଏବଂ ଛୋଟ ଛୋଟ ଦୁଇ ପୁଅ ଝିଅ ଅଛନ୍ତି ।

Leave A Reply

Your email address will not be published.