xmas

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ମତ ବିନିମୟ କରିଛନ୍ତି

ମାଲକାନଗିରି ତା:-୧୫/୦୧: ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ଏହି କାର୍ଯ୍ୟକ୍ରମକୁ ଆଜି ଆଭାସି ଜରିଆରେ ପ୍ରସାରଣ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ । ଏଥିରେ ବିଭିନ୍ନ ରାଜ୍ୟର ହିତାଧୀକାରୀମାନେ ଏହି ଯୋଜନାରେ ପାଇଥିବା ଲାଭ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଯୋଜନାରେ ଜନଜାତିଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ୧୦ଟି ଯୋଜନାର ସୁଫଳ ପାଇ ପାରିବେ ବୋଲି ଜଣାପଡିଛି । ଏଥିରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ପ୍ରିୟଦର୍ଶନି, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୂଜବଳ ପ୍ରମୁଖ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ଜନସାଧାରଣ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆଭାସି ମାଧ୍ୟମରେ ଦେଖିବା ସହ ଶୁଣିଥିଲେ । ଏହି ଅବସରରେ ୪ଟି ଷ୍ଟଲ ମାଧ୍ୟମରେ ପି.ଏମ ଜନମନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯିବା ସହ ଜନଜାତିଙ୍କ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫୋଟଚିତ୍ର ଥିବା ସେଲ୍ଫି ପଏଣ୍ଟରେ ବଣ୍ଡା ଜନଜାତିର ରମଣୀମାନେ ଫୋଟ ଉଠାଇବା ସହ ନୃତ୍ୟ ଗୀତ ମଧ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.