ପ୍ରଭୁ ରାମଲଲା କେଉଁ କେଉଁ ଆଭୂଷଣ ପରିଧାନ କରିଛନ୍ତି?

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଉଛି।

ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଦିବ୍ୟ ତଥା ଦୁର୍ମୁଲ୍ୟ ଅଳଙ୍କାରରେ ସୁସଜ୍ଜିକ ହୋଇଛନ୍ତି ପ୍ରଭୁ ରାମଲଲା। ଆପାଦ ମସ୍ତକ ଶୋଭା ପାଉଛି ସୁନା, ହୀରା ଓ ବହୁ ରତ୍ନ ପଥର ଖଚିତ ଆଭୂଷଣ। ପ୍ରଭୁଙ୍କ ଏହି ଦିବ୍ୟ ରୂପ ଦେଖି ଅଭିଭୂତ ହୋଇଛନ୍ତି ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ।

ରାମଲଲା କଣ ପରିଧାନ କରିଛନ୍ତି?

  • ମସ୍ତକରେ ଧାରଣ କରିଛନ୍ତି ମୁକୁଟ ବା କିରିଟ
  • ଏହା ଉତ୍ତର ଭାରତୀୟ ପରମ୍ପରା ଅନୁଯାୟୀ ସ୍ୱର୍ଣ୍ଣରେ ନିର୍ମିତ
  • ଏଥିରେ ମାଣିକ୍ୟ, ହୀରା ଓ ପନ୍ନା ସହିତ ମୁକ୍ତା ଝରା ଲାଗିଛି
  • କର୍ଣ୍ଣରେ କୁଣ୍ଡଳକୁ ମୁକୁଟ ଅନୁରୂପ ଡିଜାଇନ ଦିଆଯାଇଛି
  • ସ୍ୱର୍ଣ୍ଣ ନିର୍ମିତ କୁଣ୍ଡଳରେ ହୀରା, ରୁବି ଓ ପନ୍ନା ଖଚିତ ହୋଇଛି
  • ମୟୂର ଆକୃତିର ଡିଜାଇନ ଏଥିରେ ରହିଛି
  • ଲଲାଟରେ ଶୋଭା ପାଉଛି ମଙ୍ଗଳ ତିଳକ
  • ଏହାକୁ ହୀରା ଓ ମାଣିକ୍ୟରେ ତିଆରି କରାଯାଇଛି
  • କଣ୍ଠା ରତ୍ନପଥର ଖଚିତ ଅର୍ଦ୍ଧଚନ୍ଦ୍ର ଆକୃତିର ହାର
  • ଫୁଲ ଡିଜାଇନ ଓ ମଝିରେ ସୂର୍ଯ୍ୟ ଦେବଙ୍କ ଚିହ୍ନ
  • ସ୍ୱର୍ଣ୍ଣ ନିର୍ମିତ ଏବଂ ହୀରା, ରୁବି ଓ ପନ୍ନା ଖଚିତ କଣ୍ଠା
  • ବିଷ୍ଣୁ ଓ ତାଙ୍କ ଅବତାରମାନେ ହୃଦୟରେ ଧାରଣ କରନ୍ତି କୌସ୍ତୁଭ ମଣି
  • ରାମଲାଲାଙ୍କ କୌସ୍ତୁଭ ମଣି ବଡ଼ ଆକାରର ମାଣିକ୍ୟ ଓ ହୀରା ଦ୍ୱାରା ସୁସଜ୍ଜିତ
  • ପଦିକ କଣ୍ଠରୁ ତଳକୁ ଏବଂ ନାଭିପଦ୍ମରୁ ଉପରକୁ ଶୋଭା ପାଉଛି
  • ଦେବତାଙ୍କ ଅଳଙ୍କରଣରେ ଏହାର ରହିଛି ବିଶେଷ ମହତ୍ତ୍ୱ
  • ୫ଟି ଡୋରରେ ପନ୍ନା ଓ ହୀରା ଗୁନ୍ଥା ଯାଇଛି ଏବଂ ତଳେ ବଡ଼ ପେଣ୍ଡେଣ୍ଟ୍ ଝୁଲିଛି
  • ବୈଜୟନ୍ତୀ ବା ବିଜୟ ମାଳା ରାମଲାଲାଙ୍କ ତୃତୀୟ ତଥା ଦୀର୍ଘତମ ହାର
  • ଏହା ସୁନାରେ ନିର୍ମିତ ଏବଂ ସ୍ଥାନେ ସ୍ଥାନେ ମାଣିକ୍ୟ ଖଚିତ
  • ଚକ୍ର, ପଦ୍ମ, ଶଙ୍ଖ, କଳସ, ଚମ୍ପା, ପାରିଜାତ, କୁନ୍ଦ ଓ ତୁଳସୀ ଚିତ୍ରିତ ହୋଇଛି
  • ଅଣ୍ଟାରେ କାଂଚି ବା କର୍ଦ୍ଧନୀ ସୁନାରେ ନିର୍ମିତ ଏବଂ ମୋତି ମାଣିକ୍ୟ ଖଚିତ
  • ସେଥିରେ ଝୁଲିଛି ୫ଟି ଛୋଟ ଛୋଟ ଘଣ୍ଟି
  • ଭୁଜବନ୍ଧ ବା ଅଙ୍ଗଦ ଦୁଇ ଭୁଜାରେ ଶୋଭା ପାଉଛି
  • ଏହା ସୁନା ଓ ବହୁମୂଲ୍ୟ ରତ୍ନ ପଥରରେ ନିର୍ମିତ
  • ଦୁଇ ହାତରେ ରତ୍ନ ସଜ୍ଜିତ କଙ୍କଣ ବା କଙ୍ଗନ ପିନ୍ଧିଛନ୍ତି
  • ଶୋଭା ପାଉଛି ରତ୍ନ ଓ ମୋତି ଲାଗିଥିବା ମୁଦ୍ରିକା
  • ରାମଲାଲାଙ୍କ ହାତରେ ଶୋଭା ପାଉଛି ସୁନାର ଧନୁର୍ବାଣ
  • ଧନୁରେ ଲାଗିଛି ମାଣିକ୍ୟ ଓ ପନ୍ନା ରତ୍ନ ପଥର
  • ପାଦରେ ରହିଛି ରତ୍ନପଥର ଖଚିତ ପାଉଁଜି ଓ ଝୁଣ୍ଟିଆ
  • ଏଥିରେ ହୀରା, ରୁବି ଓ ସୁନାର ଛୋଟ ଛୋଟ ଘଣ୍ଟି ଲାଗିଛି
  • ୫ ବର୍ଷୀୟ ରାମଲାଲାଙ୍କ ବିଗ୍ରହ ପାଖରେ ରହିଛି ରୂପାର ଖେଳଣା
  • ରୌପ୍ୟ ନିର୍ମିତ ଝୁମୁକା, ହାତୀ, ଘୋଡ଼ା, ଓଟ ରଖାଯାଇଛି
  • ଖେଳଣା ଶଗଡ଼ ଓ ନଟୁ ଆଦି ଅର୍ପଣ କରାଯାଇଛି ରାମଲାଲାଙ୍କୁ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଉଛି।

Leave A Reply

Your email address will not be published.