xmas

ଶିମିଳିପାଳରେ ହେବ କଳା ବାଘ ସଫାରୀ

ଶିମିଳିପାଳ ଅଭୟାରଣ୍ୟରେ ମୋଟ୍‌ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି।

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏହି ଅଭୟାରଣ୍ୟ ପାଇଁ ଆସିଛି ଖୁସି ଖବର। ଶିମିଳିପାଳରେ ହେବ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ। କଳା ବାଘ ସଫାରୀ ହେବା ନେଇ ସୋଶାଲ୍‌ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୂରଦୂରାନ୍ତରୁ ଅସୁଥିଲା ପର୍ଯ୍ୟଟକମାନେ ସଫାରୀରେ କଳା ବାଘକୁ ଦେଖିପାରିବେ

National Tiger Conservation Authority(ଏନ୍‌ଟିସିଏ)ର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍‌ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟ ଆସିବା ପରେ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା।

ସୂଚନାରୁ ପ୍ରକାଶ, କିଛି ଦିନତଳେ ବନ ବିଭାଗ ଏକ ଭିଡିଓ ସୋଶାଲ୍‌ ମିଡ଼ିଆରେ ସେୟାର କରିଥିଲା। ଯେଉଁଥିରେ ଦୁଇଟି ମହାବଳ ବାଘ ଆଗପଛ ହୋଇ ବୁଲୁଥିଲେ। ମଝିରେ ମଝିରେ ଖେଳୁଥିବା ଦେଖିବାକୁ ମିଳିଥିଲେ।

Leave A Reply

Your email address will not be published.