xmas

ଜାତୀୟ ସମର ଶିକ୍ଷାର୍ଥୀ ପଦାତିକ ବାହିନୀ ସମ୍ବର୍ଦ୍ଧିତ

ମାଲକାନଗିରି, ୨୭/୧/୨୪:ମାଲକାନଗିରି ପୋଲିସ ପ୍ରଶାସନ ତରଫରୁ ମାଲକାନଗିରି ମହାବିଦ୍ୟାଳୟ ବରିଷ୍ଠ ଭିଭାଗ ଏନ.ସି.ସି କ୍ୟାଡେଟ ମାନଙ୍କୁ ପୋଲିସ ସଭା ଗୃହରେ ଏକ ଆଡମ୍ବର ପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି l ଏହି ସଭାରେ ମୁଖ୍ୟ ଅଥିତି ରୂପେ ପୋଲିସ ଆରକ୍ଷୀ ଅଧୀକ୍ଷକ ନୀତେଶ ୱାଧାନି ଯୋଗଦାନ କରି କ୍ୟାଡେଟ ମାନଙ୍କୁ ଭୁରିୟସୀ ପ୍ରଶଂସା କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ନିରୀକ୍ଷକ ତପନ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଡି.ଏସ.ପି, ସତ୍ୟ ପ୍ରକାଶ ଭୂୟାଁ, ଡି.ଏସ.ପି ମୁଖ୍ୟବକ୍ତା ଯଦୁନାଥ ଜେନା (ଡି.ଆଇ.ଭି) ଉପଖଣ୍ଡୀୟ ପୋଲିସ ଅଧିକାରୀ ସଚିନ ପଟେଲ,ସମ୍ମାନିତ ଅଥିତି ରୂପେ ଯୋଗଦାନ କରି କ୍ୟାଡେଟ ମାନଙ୍କୁ ଏହିଭଳି ଭଲ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟତମ ସମ୍ମାନିତ ଅଥିତି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଡ଼କ୍ଟର ରଞ୍ଜନ କୁମାର ସ୍ୱାଇଁ ଆଜିର ଏହି ଭଳି ଏକ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜନ କରିଥିବାରୁ ପୋଲିସ ଆରକ୍ଷୀ ଅଧୀକ୍ଷକ ନୀତେଶ ୱାଧାନୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ଏହି ଅବସରରେ ୪୨ ଜଣକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବାରୁ କ୍ୟାଡେଟଙ୍କ ମଧ୍ୟରେ ଉତ୍ସାହ ଏବଂ ଆଗ୍ରହ ଦେଖିବାକୁ ମିଳିଛି | ପ୍ରକାଶ ଥାଉ କି କ୍ୟାଡେଟ ମାନେ ମାଲ୍ୟବନ୍ତ ମହାତ୍ସବ, ବଡଯାତ୍ରା, ସଡ଼କ ସୁରକ୍ଷା, ସାଇବର ଠକେଇ ପଦ ଯାତ୍ରା ଏପରି କି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସର୍ବଦା ମୁତୟନ ଥିବାରୁ ତାଙ୍କର କାର୍ଯ୍ୟ ଶୈଳୀକୁ ଭୁରିୟସୀ ପ୍ରଶଂସା କରିଛନ୍ତି | ଏହି ସଭାରେ ଛାତ୍ରମାନେ ମନଖୋଲାରେ ମତ ବିନିମୟ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦକ୍ଷିଣ ମାରାଣ୍ଡି ଏବଂ ସଂରକ୍ଷିତ ପୋଲିସ ନିରୀକ୍ଷକ ସତ୍ୟପ୍ରିୟ ବିଶ୍ୱାଳ ସହଯୋଗ କରିଥିଲେ l ସଭା ଶେଷରେ ଏନ.ସି.ସି ଅଧିକାରୀ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.