xmas

ଆମ ଓଡ଼ିଶା ନବୀନ ଓଡ଼ିଶାର ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ବ୍ଲକ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ପେଦାୱାଡ଼ା ଗ୍ରାମ ପଞ୍ଚାୟତ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଉପରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତଙ୍ଗୁଲ ,ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ, ସଦର ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ, ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ପେଦାୱାଡା ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଅଭିଯାନରେ ଯୋଗ୍ୟ ହିତାଧିକାରୀ ଏବଂ ପେଡାୱାଡା ଗ୍ରାମ ପଞ୍ଚାୟତର ଶ୍ରେଷ୍ଠ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କୁ ୱାର୍କ ଅର୍ଡର ଏବଂ କିଟ୍ ବଣ୍ଟନ ଓ ବିତରଣ କରାଯାଇଛି ।

Leave A Reply

Your email address will not be published.