xmas

ଜଳ ସମ୍ପଦ (କାଡା) ବିଭାଗ କନିଷ୍ଠ ଯନ୍ତ୍ରୀ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଡା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସଭବନ ଉପରେ ଏକା ସମୟରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ମାଲକାନଗିରି ସମେତ ନିଜ ଘର ଜଳେଶ୍ଵର ଓ ଭୁବନେଶ୍ବରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି । ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୫ ହଜାର ଟଙ୍କା ନଗଦ ମିଳିଥିବା ବେଳେ ଏକାଧିକ ବ୍ୟାଙ୍କ୍ ଏକାଉଣ୍ଟର ପାସ୍ ବୁକ ସହ ୩୦ଟି ଏଟିଏମ୍, ବୁଲେଟ ବାଇକ୍, ଗୋଟିଏ କାର ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ । ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇ ଚଢାଉ ଜାରି ରହିଛି ।

Leave A Reply

Your email address will not be published.