ମାଲକାନଗିରି, ୧/୨: ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ପୌର ପରିଷଦ ପକ୍ଷରୁ ମାଛ ଚିକେନ ବଜାରରେ ଚଡାଉ କରାଯାଇ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହାକୁମା ଦୈନିକ ବଜାରରେ ଥିବା ମାଛ ଚିକେନ ବଜାର ଉପରେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠିଙ୍କ ନେତୃତ୍ୱରେ ଜିଲ୍ଲା ମାଇକ୍ରୋଲୋଜିଷ୍ଠ ପ୍ରଣବିକା ସିଂ, ପୌର ପରିଷଦ ପରିମଳ ବିଶେଷଜ୍ଞ ଲିଙ୍ଗରାଜ ପାଳ ଓ ଅନ୍ୟାନ୍ୟ କର୍ମଚାରୀ ପୁଲିସ ଟିମ ସହିତ ଚଢ଼ାଉ ହୋଇଥିଲା, ୭ଟି ମାଛ ଦୋକାନ, ୪ଟି ଚିକେନ ଦୋକାନ ଉପରେ ଚଡାଉ କରାଯାଇ ୫ ହଜାର ଟଙ୍କା ଓ ଏମଭି ୪୨ ଗ୍ରାମ ଠାରେ ଥିବା ହୋଲସେଲ କୁକୁଡ଼ା ବ୍ୟବସାୟୀଙ୍କ ଟ୍ରେଡ଼ ଲାଇସେନ୍ସ ନଥିବା ପରିବେଶକୁ ଅପରିଷ୍କାର କରିବା ବାବଦରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
Sign in
Sign in
Recover your password.
A password will be e-mailed to you.