ସାମ୍ବାଦିକ ସୁରକ୍ଷା ଓ ପେନସନ ପାଇଁ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଦୁଇ ଦଫା ଦାବି ନେଇ ଏକ ଦାବି ପତ୍ର ଜିଲ୍ଲାପାଳ ସଚିନ ପାୱାରଙ୍କୁ ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଓ ପେନସନ ଏହି ଦୁଇଟି ଦାବି ନେଇ ଏକ ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ପ୍ରଦାନ କରାଗଲା । ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଲୋକପାତ କରାଗଲା ।ଏହି ଅବସରରେ ଏମୟୁଜେ ସଭାପତି ଶ୍ରୀ ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନିୟା, ଏ, ଈଶ୍ୱର ରାଓ, ପ୍ରସାଦ ନାୟକ, ଅସୀମ ବିଶ୍ୱାସ, କୃଷ୍ଣ ରାୟ, ବିକ୍ରମ ପାଢ଼ୀ, ରବେଲ ପ୍ରକାଶ ଏବଂ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପରେ ମାନନୀୟ ଜିଲ୍ଲାପାଳ ମହୋଦୟ, ସାମ୍ବାଦିକ ବନ୍ଧୁ ମାନଙ୍କୁ ଗଣତାନ୍ତ୍ରର ଚତୁର୍ଥ ସ୍ତମ୍ଭ କହି ସ୍ବାଗତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ମିଡ଼ିଆ ବନ୍ଧୁ ମାନେ ମିଳିମିଶି ସମସ୍ତଙ୍କର ସହଯୋଗରେ ଏ ଜିଲ୍ଲାକୁ ଆଗେଇ ନେବା ବୋଲି ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.