xmas

ଫେବୃଆରୀ – ୧୬ରେ ସର୍ବଭାରତୀୟ ଧର୍ମଘଟ ସଫଳ କରିବା ପାଇଁ କନଭେନସନ୍

ମାଲକାନଗିରି: ଆଜି ମାଲକାନଗିରି ସହରର ପାତ୍ର ଗୁଡା ସାଇ ମନ୍ଦିର ପ୍ରାଙ୍ଗଣରେ ଏଆଇଟିୟୁସି ସହବନ୍ଧିତ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଶ୍ରମିକ ନେତା ଦୁର୍ଗା ଶଙ୍କର ମହାନନ୍ଦିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କନଭେନସନ୍ କୁ ସମ୍ବୋଧିତ କରି ଏଆଇଟିୟୁସି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଆହ୍ୱାନ ଦେଇଥିଲେ ଯେ ବଞ୍ଚାଇବାର ମୋଳିକ ଦାବି ନେଇ ଦେଶର କୃଷକ ଶ୍ରମିକ ମାନଙ୍କ ପକ୍ଷରୁ ଫେବୃଆରୀ ୧୬ ସର୍ବଭାରତୀୟ ଧର୍ମଘଟ ହରତାଳର ଡାକରା ଦିଆଯାଇଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୃଷକ ମାନଙ୍କ ସହ ବିଶ୍ୱସଘାତକତା କରିଥିବା ବେଳେ ଶ୍ରମିକ ମାନଙ୍କ ସମସ୍ତ ଅଧିକାର ସଙ୍କୁଚିତ କରି ଚାରୋଟି କୋଡ଼୍ ଆଣିଛି। ଆଶାକର୍ମୀ, ଅଙ୍ଗନୱାଡି ପାଚିକା ସହାୟିକାଙ୍କୁ ଶ୍ରମିକ ମାନ୍ୟତା ଦିଆଯାଉ ନାହିଁ କି ସର୍ବନିମ୍ନ ମଜୁରୀ ମିଳୁନି, ସମସ୍ତ ଶ୍ରମିକଙ୍କୁ ଅବସର ପରେ ପେନସନ ଗ୍ରାଚ୍ୟୁଇଟି ମିଳୁନି। ଦରଦାମ୍ ବୃଦ୍ଧି ପ୍ରତିବାଦରେ, ବେକାରୀ ସମସ୍ୟା ବିରୁଦ୍ଧରେ, ମୋଦୀ ସରକାର ସମସ୍ତ ସରକାରୀ ଉଦ୍ୟୋଗ, ଏଲ୍ ଆଇ ସି ବ୍ୟାଙ୍କ ଘରୋଇକରଣ ନିତୀ ବିରୁଦ୍ଧରେ, କୃଷକ ମାନଙ୍କ ଦାବି ପୁରଣ ପାଇଁ ଆସନ୍ତା ଫେବୃଆରୀ ୧୬ ଧର୍ମଘଟକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ କୁମର ଜାଲିଆ, ଦୟାମଣି ସମରଥ, ସମୀର ବିଶ୍ୱାସ, ନନ୍ଦ କୁମାର ଶ୍ୟାମଳୀ ବିଶ୍ୱାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ‌।

Leave A Reply

Your email address will not be published.