xmas

ବଣ୍ଡା ଘାଟିରେ କମାଣ୍ଡର ଦୁର୍ଘଟଣା: ଜଣେ ମହିଳା ମୃତ, ତିନି ଜଣ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ବଣ୍ଡାଘାଟି ଅଣ୍ଡ୍ରାହାଲ ନିକଟରେ କମାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଥିବା ସୂଚନା ମିଳିଛି । ଖବର ଅନୂଯାୟୀ ଅଣ୍ଡ୍ରାହାଲରୁ ଏକ କମାଣ୍ଡର କୋରାପୁଟ ଜିଲ୍ଲା ଅନକାଡେଲିକୁ ଯାଉଥିଲା । ଓତାଙ୍ଗଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବରପାଇ ସ୍ଥାନୀୟ ଲୋକେ ଆହତଙ୍କୁ ଅନକାଡେଲି ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସେ ଅଣ୍ଡ୍ରାହାଲର ହୋଇଥିବା ଜଣାପଡିଛି। ଗୁରୁତର ତିନି ଜଣଙ୍କୁ କୋରାପୁଟ ଜିଲ୍ଲା ଅନକାଡେଲି ଡାକ୍ତରଖାନାକୁ ନିଆଯାଇଛି । ଖବର ପାଇ ଘଟଣାସ୍ଥଳକୁ ମୁଦୁଲିପଡା ଥାନା(ଖଇରପୁଟ) ପୋଲିସ ପହଂଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.