xmas

ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ

ମନରେଗା ଓ ମମତା ଯୋଜନାର ତ୍ରୁଟିକୁ ଏକ ସପ୍ତାହ ମଧ୍ୟ ରେ ସୁଧାରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା, ସମ୍ମାନିତ ଶିଶୁ ବିକାଶ ଯୋଜନା, ମମତା ଯୋଜନା ଓ ମନରେଗା କାର୍ଯ୍ୟକୁ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ କିଛି ମନରେଗା କାର୍ଯ୍ୟର କିଛି କେଶ ରେକର୍ଡ, ମମତା ଯୋଜନାର କିଛି ତ୍ରୁଟି ଗୁଡ଼ିକୁ ଏକ ସପ୍ତାହ ମଧ୍ୟରେ ସୁଧାରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଓ ନରେଗା ଅନ୍ତର୍ଗତ ସମସ୍ତ ଯୋଜନାର ଅଭିଯୋଗ ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୌରୀ ପୋଡିଆମି, ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠି, ଏ ପି ଓ ମନୋଜ ବିଡ଼ିକା, ବି ଏସ ଏ ସଂଗ୍ରାମ କେଶ୍ୱରି ମହାଳିକ, ଚନ୍ଦ୍ର କାନ୍ତ ପଣ୍ଡା, ସମେତ ୧୯ଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଜେଇ, ଜିଆରଏସ, ପିଇଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ୫୦୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.