xmas

୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର: ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ (ଏମଇ ଓ ଏମସି) ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ୮୭ଟି ଖଣିକୁ ଏକତ୍ରିତ କରି ଆଞ୍ଚଳିକ ଭୁବନେଶ୍ୱର କେନ୍ଦ୍ରର ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ଅଧୀନରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଓଡିଶା ସରକାରଙ୍କ ସମ୍ପୁର୍ଣ୍ଣ ମାଲିକାନା ଅଧିନସ୍ଥ, ଓଡିଶା ଖଣି ନିଗମ (ଓଏମସି) ର ଦୈତାରି ଆଇରନ୍ ଓର ମାଇନ୍ସ, ଚଳିତ ବର୍ଷ ଏହାର ରୋପ୍ୟ ଜୟନ୍ତୀ ଉତ୍ସବ ଆୟୋଜନ କରିଥିଲା। ଚଳିତ ବର୍ଷର “ସ୍ଥାୟୀ ଖଣି ସହିତ ଭବିଷ୍ୟତକୁ ସୁରକ୍ଷିତ ରଖିବା” ବିଷୟବସ୍ତୁ କୁ ନେଇ ୨୫ ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଅନ୍ତିମ ଦିବସର ଶେଷ ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଆୟୋଜନ ହୋଇଥିଲା।

ଶ୍ରୀ ପୀୟୁଷ ନାରାୟଣ ଶର୍ମା, ମାଇନ୍ସ (ଆଇ/ସି) ଏମଡିଆରଡି, ଆଇବିଏମ ର ମୁଖ୍ୟ ନିୟନ୍ତ୍ରକ, ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ସହିତ ଶ୍ରୀ ଶୈଳେନ୍ଦ୍ର କୁମାର, କଣ୍ଟ୍ରୋଲର୍ ଅଫ୍ ମାଇନ୍ସ (ଇଜି), ଆଇବିଏମ୍, କୋଲକାତା ଓ ଶ୍ରୀ ସବ୍ୟସାଚୀ ମହାନ୍ତି ( ଅପରେସନ ନିର୍ଦ୍ଦେଶକ) ଗେଷ୍ଟ ଅଫ୍ ଅନର ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଅରୁଣ କୁମାର, ରିଜିଓନାଲ କଣ୍ଟ୍ରୋଲର ଅଫ ମାଇନ୍ସ, ଭୁବନେଶ୍ୱର, ଶ୍ରୀ ରାଜେଶ କୁମାର ଦାସ, ଡେପୁଟି କଣ୍ଟ୍ରୋଲର ଅଫ ମାଇନ୍ସ, ଶ୍ରୀ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ନିର୍ଦ୍ଦେଶକ (ପ୍ରୋଜେକ୍ଟ ଓ ପ୍ଲାନିଂ) ଓଏମସି, ଚେୟାରମେନ, ଏମ ଇ ଏମ୍ ସି, ଶ୍ରୀ ଏମ. ମୁଥୁମାରୀ, ବିଜନେସ ହେଡ ମାଇନ୍ସ (ଫେକର – ବେଦାନ୍ତ ) ଭାଇସ ଚେୟାରମେନ, ଏମ ଇ ଏମ୍ ସି, ଏବଂ ଶ୍ରୀ ପିନାକୀ ମଲ୍ଲିକ, ଏ ଜି ଏମ୍, ଓଏମସି, ଜେନେରାଲ ସେକ୍ରେଟାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଠାରେ ସୂଚନଯୋଗ୍ୟଯେ ଭୁବନେଶ୍ୱର ଅଞ୍ଚଳର ଭାରତୀୟ ବ୍ୟୁରୋ ଅଫ୍ ମାଇନ୍ସ ଅଧୀନରେ ୩୦ ନଭେମ୍ବରରୁ ୬ ଡିସେମ୍ବର ୨୦୨୩ ପୂର୍ବରୁ ଅନୁଷ୍ଠିତ (ଏମଇ ଓ ଏମସି) ଏକ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକଳାପ ଦେଖି ସଂସ୍ଥା ମାନଙ୍କ ମଧ୍ୟରେ ପରିବେଶ ସଚେତନତା ଏବଂ ଖଣିଜ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା। ନିରନ୍ତର ଖଣି ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ପାଇଁ ଯାଞ୍ଚ ଏବଂ ପ୍ରତିଯୋଗିତା ମଧ୍ୟ ଏହି ଅବସରରେ ଆୟୋଜନ କରାଯାଇଥିଲା।

ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ମୃତ୍ତିକା ଉପର ସ୍ତର ସଂରକ୍ଷଣ ଓ ପରିଚାଳନା, ପୁନରୁଦ୍ଧାର ଏବଂ ପୁନର୍ବାସ, ସବ – ଗ୍ରେଡ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣି ଉପଯୋଗ ସୁବିଧା, ମନିଟରିଂ ଏବଂ ସଷ୍ଟେନେବଲ୍ ମାଇନିଙ୍ଗ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଯାଞ୍ଚ ଦଳଗୁଡିକ ଖଣିଗୁଡିକର ମୂଲ୍ୟାଙ୍କନ କରିଥିଲେ।

ଏଥି ସହିତ ପ୍ରଦର୍ଶନୀ ଷ୍ଟଲଗୁଡିକରେ ସ୍ଥାୟୀ ଖଣି ଅଭ୍ୟାସ, ପରିବେଶ ପରିଚାଳନା ଏବଂ ବୈଷୟିକ ପ୍ରଗତି ପାଇଁ ପ୍ରତିବଦ୍ଧ କମ୍ପାନୀଗୁଡିକ ନିଜର ଉନ୍ନତମାନର ଡିଜାଇନ୍ ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରେ ଓଡ଼ିଶା ଖଣି ନିଗମ, ଉତ୍କଳ ଆଲୁମିନା, ଟାଟା ଷ୍ଟିଲ, ଏବଂ ଇଏସଆରଆଇ ଇଣ୍ଡିଆ, କୋଇର ଜିଓଟେକ୍ସଟାଇଲ୍ସ, ବେଦାନ୍ତ ଫାସୋର, ଆଲ୍ଟେରା ସଲ୍ୟୁସନ୍ ଏଲ୍ ଏଲ ପି, ଗରୁଡ ଏରୋସ୍ପେସ୍, ଆଇଆର ଟେକ୍ନୋଲୋଜି ସର୍ଭିସେସ୍ ପିଭି ଲିମିଟେଡ୍, ଓଏଫଡ଼ିସି ଲିମିଟେଡ୍, କେରଳର କୋଇର ନିଗମ, ଇକୋଡିଆ, ସ୍ୱାନ ଏନଭାଇରନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏଚ ପି ପଲିମର୍ଶ ପ୍ରାଇଭେଟ୍ ଲିମିଟେଡ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।

ଏଥିସହ ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.