mobile header

ପୁଲିସ ଭ୍ୟାନ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ଏକ ପୁଲିସ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀର ମୃତ୍ୟୁ ଘଟିଛି।
ମାଲକାନଗିରି ଥାନା ଏମଭି ୩ ଗ୍ରାମର ବିଜୟ ମୁର୍ମୁ(୪୬) ନାମକ ଜଣେ ଯୁବକ ମାଲକାନଗିରି ବଜାରକୁ କୌଣସି ଏକ କାମରେ ଗତକାଲି ଆସିଥିଲେ। ସେ କାମ ସାରି ନିଜ ଘରକୁ ଫେରୁ ଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ସହର ୟୁନିୟନ ବ୍ୟାଙ୍କ ସାମ୍ନାରେ ପ୍ରଥମେ ଏକ ମଟର ସାଇକେଲ ସହିତ ସାଇକେଲ ଧକ୍କା ଲାଗି ବିଜୟ ତଳେ ପଡିଯାଇଥିଲେ। ଠିକ ସେହି ସମୟରେ ସେହି ରାସ୍ତାରେ ଏକ ଓ ଡି ୦୫ଏନ ୦୦୪୧ନମ୍ବର ପୁଲିସ ଭ୍ୟାନ ଆସିଥିଲା ଭ୍ୟାନ ର ପଛ ଚକ ତଳେ ବିଜୟ ପଡି ଯାଇ ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପୁଲିସ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ବିଜୟ ମୁର୍ମୁ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଏମଭି ୨ ଗ୍ରାମର ବିଜୟଙ୍କ ସଡୁଭାଇ ରାଜେନ ମାର୍ଡି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇ ଘଟଣାର ତଦନ୍ତ କରିବା ସହିତ ମୃତ ପରିବାରଙ୍କୁ କ୍ଷତିପୂରଣ ଦେଵା ପାଇଁ ଦାବି କରିଛନ୍ତି। ମାଲକାନଗିରି ଥାନା ପୁଲିସ ପକ୍ଷରୁ ଗାଡି ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ଓ ମୃତ ପରିବାରଙ୍କୁ ଜିଲ୍ଲା ରେଡ଼କ୍ରସ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଵା ପାଇଁ ବ୍ୟବସ୍ଥା ହେଉ ଥିବାର ଜଣା ପଡିଛି।

Leave A Reply

Your email address will not be published.