mobile header

ଓଏଏସସ୍ତରରେ ବଦଳି: ଯୁଗଳେଶ୍ୱରୀ ଦାସ ରାଜ୍ୟ ଇଏସଆଇ ନିର୍ଦ୍ଦେଶକ

ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ  ଅଦଳବଦଳ କରିଛନ୍ତି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ ଯୁଗଳେଶ୍ୱରୀ ଦାସଙ୍କୁ ରାଜ୍ୟ ଇଏସଆଇ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଭୁବନେଶ୍ୱର ରାଜସ୍ୱ ଅଫିସର ପ୍ରଶିକ୍ଷଣ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ଗତ ୨୨ତାରିଖରେ ତାଙ୍କର ବଦଳିକୁ ଆଜି ରଦ୍ଦ କରିଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ କଟକରେ ଭୂସଂସ୍କାର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ବରିଷ୍ଠ ଓଏଏସ୍ ଜ୍ୟୋର୍ତିମୟୀ ପ୍ରଧାନଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)ର ସଚିବ ଭାବେ ବଦଳି ହୋଇଛି । ସେ ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି କୃଷି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ସସ୍ମିତା ସାହୁଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅତସୀ ଦାସଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଏସଆରସି ଭାବେ ବଦଳି ହୋଇଛି ।

Leave A Reply

Your email address will not be published.