ମାଲକାନଗିରିରେ ନବ ନିର୍ମିତ ବହୁମୁଖି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆଜି ଆଭାସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ନବ ନିର୍ମିତ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ଏ ଅବସରରେ ସେ ଜୟପୁର ସମନ୍ୱିତ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ରାଜ୍ୟର ମୋଟ ୨୬ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରି ଏହା କ୍ରୀଡ଼ାବିତଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଏହାସହ ରାଜ୍ୟରେ କ୍ରିଡାର ବିକାଶ ସହ କ୍ରିଡାବିତଙ୍କୁ ଆକୃଷ୍ଠ କରିବ ଏବଂ ସମସ୍ତ କ୍ରିଡାବିତଙ୍କୁ ଅତ୍ୟାଧୁନିକ ସୁବିଧା ମଧ୍ୟରେ କ୍ରିଡା କ୍ଷେତ୍ରରେ ଆଗକୁ ବଢିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏ ଅବସରରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାୱା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମାଲକାନଗିରି ବିଡିଓ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସମେତ ବହୁ ଅଧିକାରୀ ଓ କ୍ରୀଡ଼ାବିତ ଯୋଗ ଦେଇଥିଲେ ।

Leave A Reply

Your email address will not be published.