ଖାଉଟି ଅଦାଲତରେ ଦଣ୍ଡିତ ହେଲା ସାମସଙ୍ଗ କମ୍ପାନୀ

ମାଲକାନଗିରି, ୨୯/୩: ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ସାମସଙ୍ଗ କମ୍ପାନୀ। ଗତ ୨୦୧୯ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ଓମ କ୍ବାଲିଟି ଷ୍ଟୋରରେ ଏକ ୪୩ ଇଞ୍ଚର ସାମସଙ୍ଗ ଟିଭି କିଣିଥିଲେ। ତେବେ ୫ରୁ ୬ ମାସ ଗଲା ପରେ ଟିଭିଟି ଖରାପ ହୋଇଥିଲା। ତେବେ ଟିଭିକୁ ନେଇ ଶ୍ରୀ ପଟନାୟକ ଦୋକାନରେ ମରାମତି ପାଇଁ ଦେଇଥିଲେ। ପ୍ରକାଶ ଥାଉକି ଏହି ଟିଭିର ଵାରେଣ୍ଟି ୫ ବର୍ଷ ପାଇଁ ରହିଥିଲା। ତେବେ ଶ୍ରୀ ପଟନାୟକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ତାଙ୍କୁ ଦୋକାନୀ ଆଉ ୱାରେଣ୍ଟି କାର୍ଡ ଦେଇନଥିଲା। ଟିଭି ଖରାପ ହେଲେ ସେ ମରାମତି କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କିଛି ଦିନ ଦୋକାନୀ ଟିଭିକୁ ରଖି ମରାମତି କରାଯାଇଥିବା କହି ଶ୍ରୀ ପଟନାୟକଙ୍କୁ ଫେରାଇ ଦେଇଥିଲା। ତେବେ ଟିଭି ୧୫ ଦିନ ଗଲା ପରେ ପୁଣି ଖରାପ ହେଲା କିନ୍ତୁ ଏଥର ଅଧିକ ଖରାପ ଜିନିଷ ଖରାପ ହୋଇଗଲା। ଶ୍ରୀ ପଟନାୟକ ପୁଣି ଦୋକାନକୁ ଯାଇ ଟିଭି ଦେଇଥିଲେ। ତେବେ ଦୋକାନୀ ଟିଭିକୁ ରଖିବା ସହ ବର୍ତ୍ତମାନ କରୋନା ସମୟ କହି ଦୋକାନ ବନ୍ଦ କରିଦେଇଥିଲା। ଦୀର୍ଘ ଦିନ ପରେ ମଧ୍ୟ ଶ୍ରୀ ପଟନାୟକଙ୍କୁ ଟିଭି ଫେରାଇନଥିଲା। ବାରମ୍ବାର ଟିଭି ଖରାପ ହେବା ପରେ ମଧ୍ୟ ଠିକ ନହେବାରୁ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଖାଉଟି ଅଦାଲତର ସଭାପତି ପି କେ ପଣ୍ଡା ଏବଂ ସଦସ୍ୟା ସଲମା ବାନୋ ଏହି କେଶକୁ ନେଇ ଦୁଇ ପକ୍ଷକୁ ଡକାଇ ବିଚାରଣ କରିଥିଲେ। ତେବେ ଦୋକାନୀ ଏବଂ ସାମସଙ୍ଗ କମ୍ପାନୀ ଏଥିରେ ଦଣ୍ଡିତ ହୋଇଥିଲେ। ଯାହାଫଳରେ କମ୍ପାନୀ ଶ୍ରୀ ପଟନାୟକଙ୍କୁ ଟିଭିର ଦାମ ୫୦,୭୦୦ ଟଙ୍କା ସହ ୧୫ ହଜାର କମ୍ପେନସେସନ ଏବଂ ୩ ହଜାର ଟଙ୍କା ହଇରାଣ ହୋଇଥିବାରୁ ଆସନ୍ତା ୩୦ ଦିନ ମଧ୍ୟରେ ପୈଠ କରିବା ପାଇଁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.