xmas

ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ଏପ୍ରିଲ ୭ ପର୍ଯ୍ୟନ୍ତ ବଳବତର ରହିବ: ସିଇସି

ଭୁବନେଶ୍ୱର, ଏପ୍ରିଲ ୨: ଉତର- ପଶ୍ଚିମ ଭାରତ ଭୂଖଣ୍ଡ ଆଡୁ ପ୍ରବାହିତ ହେଉଥିବା ଉତପ୍ତ ବାୟୁ ଓ ମୁକ୍ତ ଆକାଶ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ସୃଷ୍ଟି କରିଛି ଓ ଏହା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୋଆ ପରିଚାଳିତ ସେଂଟର ଫର୍ ଏନଭାଇରନମେଂଟ ଆଣ୍ଡ କ୍ଳାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି ।

ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବଙ୍ଗୋପସାଗର ଆଡୁ ରାଜ୍ୟ ମଧ୍ୟକୁ ପବନ ପ୍ରବାହିତ ନ ହେବା ଓ କମ୍ ଆର୍ଦ୍ରତା ଦିନର ତାପମାତ୍ରା କୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି ।

ସେ କହିଛନ୍ତି ଯେ ଏପ୍ରିଲ ୭ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ଥିବାବେଳେ ତଟୀୟ ଓଡିଶାରେ ଏହା ୩୭ ରୁ ୩୯ ଡିଗ୍ରୀ ସେଲସିୟସ୍ ରହିବ ।

ଏପ୍ରିଲ ୭ ଅପରାହ୍ନ ବା ରାତ୍ରିରେ ବଜ୍ରପାତ ସହ ଝଡବର୍ଷାର ସମ୍ଭାବନା ରହିଛି ଏବଂ ଏପ୍ରିଲ ୮ ରୁ ୧୦ ପର୍ଯ୍ୟନ୍ତ ଏହା ଦିନର ତାପମାତ୍ରାକୁ କମାଇ ଦେଇପାରେ । ଏହି ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍ ରହିବ । ଦିନର ତାପମାତ୍ରା ଏପ୍ରିଲ ୧୧ରୁ ପୁଣି ବୃଦ୍ଧି ପାଇପାରେ ବୋଲି ଡ. ସାହୁ କହିଛନ୍ତି ।

Leave A Reply

Your email address will not be published.