xmas

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର

ଭୃଗୁ ବିଜେପି ଛାଡ଼ିବା ପରେ ବିଜେଡିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଛି। 

ଭୁବନେଶ୍ୱର: ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତିଙ୍କ ନିକଟକୁ ଭୃଗୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। 

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ। ଭୃଗୁ ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ ପାଇଥିବାବେଳେ ବିଜେଡିରୁ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍। ବର୍ତ୍ତମାନ ନିର୍ବାଚନ ସମୟରେ ଭୃଗୁ ଦଳର ସକ୍ରିୟ ଭୂମିକାରେ ନଥିଲେ ବୋଲି ସୂଚନା ରହିଛି।

ବିଜେପିରୁ ଇସ୍ତଫା ଦେବା ପରେ ଭୃଗୁ କହିଛନ୍ତି, ଦଳ ଦେଇଥିବା ଦାୟିତ୍ୱ ନିଷ୍ଠା, ପରିଶ୍ରମ ସହ ତୁଲାଇଛି। ଲୋକଙ୍କ ସେବା ଏବଂ ଓଡ଼ିଶା ବିକାଶରେ ନିଜ କାର୍ଯ୍ୟ ବଜାୟ ରଖିବି। ଭୃଗୁ ବିଜେପି ଛାଡ଼ିବା ପରେ ବିଜେଡିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଛି। 

Leave A Reply

Your email address will not be published.