xmas

ଏପ୍ରିଲ୍ ୧୫ରୁ ଦିନ ତାପମାତ୍ରା ବୃଦ୍ଧି ପାଇବ : ସିଇସି

ଭୁବନେଶ୍ୱର, ଏପ୍ରିଲ୍ ୧୦: ରାଜ୍ୟର ଅନେକ ଅଂଚଳରେ ବର୍ଷା ହେବା ଫଳରେ ଦିନର ତାପମାତ୍ରା ହ୍ରାସ ପାଇଛି । ମାତ୍ର ଏପ୍ରିଲ ୧୫ରୁ ଏହି ତାପମାତ୍ରା ବୃଦ୍ଧି ପାଇବ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ।

ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଏପ୍ରିଲ୍ ୧୪ରୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଛି । କାରଣ ଓଡ଼ିଶା ଉପକୂଳରେ ବଙ୍ଗୋପ ସାଗର ଉପରେ ସୃଷ୍ଟ ଆଂଟି ସାଇକ୍ଲୋନ୍ ଏପ୍ରିଲ ୧୫ ରୁ ଉଭେଇ ଯିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ବୁଧବାର କହିଛନ୍ତି ।

ଆଂଟି ସାଇକ୍ଲୋନ୍ ସୃଷ୍ଟି ହେବା ଫଳରେ ବଙ୍ଗୋପ ସାଗରରୁ ବାୟୁ ଉପକୂଳ ଓଡ଼ିଶା ଆଡ଼କୁ ପ୍ରବାହିତ ହୋଇ ତାପମାତ୍ରା ହ୍ରାସ ହେବାରେ ସାହାଯ୍ୟ କରିଥିଲା । ମାତ୍ର ଏହା ଅପସରି ଗଲେ ଉତର ପଶ୍ଚିମ ଅଂଚଳରୁ ଉତପ୍ତ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହୋଇ ବାୟୁମଣ୍ଡଳକୁ ଉତପ୍ତ କରିବ ଓ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଏହି ତାପମାତ୍ରା ଏପ୍ରିଲ୍ ୧୭ ରୁ ଅଧିକ ବୃଦ୍ଧି ପାଇବା ଫଳରେ ଏପ୍ରିଲ ୧୮ରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୨ ରୁ ୪୪ ଡିଗ୍ରୀ ସେଲସିଅସ୍ ଉତାପ ଅନୁଭୂତ ହେବ । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଅଂଚଳର କେତେକ ସ୍ଥାନରେ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

Leave A Reply

Your email address will not be published.