xmas

ବ୍ରହ୍ମପୁର ସମ୍ ହସ୍ପିଟାଲରେ ସଂକ୍ରମଣ ପ୍ରତିହତ କରିବା ଉପରେ ଅଲୋଚନାଚକ୍ର ଆୟୋଜିତ

ବ୍ରହ୍ମପୁର, ଏପ୍ରିଲ୍ ୧୦: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର ରଖିବା, ନିଜର ସୁରକ୍ଷା ଉପକରଣର ବ୍ୟବହାର, ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣରୁ ପୃଥକ ରହିବା ଓ ବ୍ୟବହୃତ ହେଉଥିବା ଉପକରଣ ଗୁଡ଼ିକୁ ଜୀବାଣୁ ରହିତ କରିବା ଆଦି ପଦକ୍ଷେପ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଅତ୍ୟନ୍ତ ଆବଶ୍ୟକୀୟ ଅଟେ ।

ଏହି ଆଲୋଚନାଚକ୍ରରେ ପୁଡୁଚେରୀ ସ୍ଥିତ ଜବାହର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍‌ର କ୍ଲିନିକାଲ୍ ମାଇକ୍ରୋବାୟୋଲଜିଷ୍ଟ ଡ଼.ଅପୂର୍ବ ଏସ୍‌. ଶାସ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଡ଼. ଶାସ୍ତ୍ରୀ ହସ୍ପିଟାଲ୍‌ରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗବେଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ୍‌ର ଡାଇରେକ୍ଟର ଶ୍ରୀ ଦେବ ପ୍ରସାଦ ଦାଶ ଆୟୋଜନ କରିଥିବା ବେଳେ ଏହାର ମେଡିକାଲ୍ ସୁପରିଟେଣ୍ଡେଂଟ ଡ଼. ଆନନ୍ଦ ଶାସ୍ତ୍ରୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତାଙ୍କୁ ଡ. ଇ. ସଞ୍ଜୀବ ରାଓ ସମ୍ବର୍ଦ୍ଧିତ କରିଥିଲେ ଏବଂ ଡ. ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.