xmas

ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି,୧୨।୪: ମାଲକାନଗିରି ଜିଲ୍ଲା ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କେନ୍ଦ୍ର ତଥା ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ତଥା ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ପ୍ରତିନିଧି ପ୍ରଦୀପ ମାଝି ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାରେ କିପରି ବିଜୁ ଜନତା ଦଳ ଅଧିକ ସୁଦୃଢ କରାଯିବ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟକ ଭୋଟରେ ବିଜୟ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରଯାଇଥିଲା । ଦଳ ପକ୍ଷରୁ ତୃଣ ମୂଳ ସ୍ତରରେ ପହଞ୍ଚି ଅନେକ କାର୍ଯ୍ୟ କରାଯାଇଛି, ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା ମଧ୍ୟ ଜିଲ୍ଲା ପାଇଁ ଅନେକ ପଦକ୍ଷେପ ସହ ଜନ ହିତକର ଯୋଜନା କରାଯାଇଛି । ଯାହାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ସହ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କର୍ମୀ ଓ ନେତୃ ମଣ୍ଡଳୀଙ୍କୁ ଆବାହନ ଦିଆଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ଆଇନ ସାମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ପୌର ଅଧକ୍ଷ ମନୋଜ କୁମାର ବାରିକ, ଉପାଧକ୍ଷ୍ୟା କବିତା ମହନ୍ତ, ମାଲକାନଗିରି ବ୍ଲକ ଅଧକ୍ଷ୍ୟା ଗୌରି ପଡିଆମୀ, କୋରୁକୋଣ୍ଡା ଅଧକ୍ଷ ଜିତୁ ବୁରୁଡି ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.