ଲିଙ୍ଗରାଜ ମହୋତ୍ସବ ଷଷ୍ଠ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ

ଭୁବନେଶ୍ଵର,୨୧/୪: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଉଦ୍‌ଯାପନ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ଗୁରୁ ପ୍ରତିଭା ପଣ୍ଡା ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ଶିବ ସ୍ତୁତି ଓ ଦୁର୍ଗା ସ୍ତୃତି ପରିବେଷଣ କରିଥିଲେ। ପରେ ହାଇଦ୍ରାବାଦ୍‌ରୁ ଆସିଥିବା ଡ଼ ସୁଦିପ୍ତ ପଣ୍ଡା ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ଓ ଫ୍ୟୁଜନ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ସାଇସ୍ମୃତି କଳାକେନ୍ଦ୍ର ଅନୁଷ୍ଠାନ ପକ୍ଷରୁ ଦଶବତାର ନୃତ୍ୟ ଓ ଛତିଶଗଡ଼ ରାୟପୁରରୁ ଆସିଥିବା ଝୁମର ଓ କର୍ମ ପକ୍ଷରୁ ନୃତ୍ୟ ଶ୍ରୀଧାରା ପରିବେଷଣ କରାଯାଇଥିଲା। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଦ୍ୟୁମ୍ନ କୁମାର ମହାନ୍ତ ଓ ସାଥିଙ୍କ ଛଉ ନୃତ୍ୟ ସେହିପରି ମୋକ୍ଷ ଅନୁଷ୍ଠାନ ଦ୍ୱାରା ଛଉ ନୃତ୍ୟ, ଶେଷରେ ପଦ୍ମଶ୍ରୀ ଗୁରୁ ଉତ୍ସବ ଦାସଙ୍କ ଘୋଡ଼ା ନାଚ ମନ ମୁଗ୍ଧ କରିଥିଲା। ଏଥିରେ ଅତିଥି ଭାବେ ପୂର୍ବତନ ପ୍ରଶାସକ ସହଦେବ ସାହୁ, ଅରାଉଣ୍ଡ ଓଡିଶାର ସମ୍ପାଦକ ବଂଶୀଧର ଦାସ, ଏ କେ ସାବତ, ରାଜନାରାୟଣ ତ୍ରିପାଠୀ, ଚଳଚିତ୍ର ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ଗୌରବ ରଲାନ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀର ମିହିର ସାହୁ, ସ୍ନେହପ୍ରଭା ସାମନ୍ତରାୟ, ରାଜେନ୍ଦ୍ର ସମର୍ଥା, ଥାନା ଅଧିକାରୀ ପୂର୍ଣ୍ଣିଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ବାପି ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ପୃଥ୍ୱୀକାନ୍ତ ମହାପାତ୍ର, ଜୟକୃଷ୍ଣ ମଲିଆ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ରୁକୁଣା ରଥ କଲେଶୀ, ରଥ ନିର୍ମାଣ୍ଣ କରିଥିବା ମହାରଣା ସେବାୟତ, ଖରଡ଼ା ସେବାୟତ, ଦର୍ଜି ସେବାୟତ, ପୂଜପେଣ୍ଡା ନିଯୋଗ, ବଡ଼ୁ ନିଯୋଗ, ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.