ଗୋଟିଏ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ପୂର୍ବରୁ ସିପିଆଇଏମ୍ ରାଜ୍ୟର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଦଳର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ।

ଭୁବନେଶ୍ୱର: ସିପିଆଇ ଆଜି ଓଡ଼ିଶାର ଗୋଟିଏ ଲୋକସଭା ଓ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ଭୁବନେଶ୍ୱରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସାଧାରଣ ସମ୍ପାଦକ ଅଭୟ ସାହୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରି କହିଛନ୍ତି ଯେ, ଦଳ ଚଳିତ ନିର୍ବାଚନରେ ଗୋଟିଏ ଲୋକସଭା ଓ ୧୧ଟି ବିଧାନସଭା ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଜଗତସିଂହପୁର ଲୋକସଭା ଆସନରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଛତ୍ରପୁରରେ ଗୁରୁନାଥ ପ୍ରଧାନ, ସୁନ୍ଦରଗଡ଼-ରାଜେନ୍ଦ୍ର ନାୟକ, ବାଲିକୁଦା ଏରସମା-ଅଭିଜିତ୍ ସାହୁ, ବ୍ରଜରାଜନଗର-ରମେଶଚନ୍ଦ୍ର ତ୍ରିପାଠୀ, ଚିନ୍ମୟୀ ସାହାଣୀ-ପାରାଦୀପ, ପ୍ରବୀଣ ଦାସ-କବିସୂର୍ଯ୍ୟନଗର, ଅଜୟ ପଟ୍ଟନାୟକ-ନୀଳଗିରି, ଶଙ୍କର୍ଷଣ ବାରିକ-ଭୁବନେଶ୍ୱର ଉତ୍ତର, ମନୋଜ ପରିଡ଼ା-ନିମାପଡ଼ା, କୁମାର ଜାନି-ଲକ୍ଷ୍ମୀପୁର ଓ ପାଣ୍ଡବ ଭୋଇ-କଂଟାବାଞ୍ଜି ବିଧାନସଭା ଆସନରେ ପ୍ରାର୍ଥୀ ହେବେ।

ପୂର୍ବରୁ ସିପିଆଇଏମ୍ ରାଜ୍ୟର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଦଳର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ।

Leave A Reply

Your email address will not be published.