ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ବାଲିକୁଦା ଏରସମାରୁ ନିର୍ବାଚନ ଲଢିବେ ସାରଦା ଜେନା

  • ସାଂସଦ ମହେଶ ସାହୁ ଲଢ଼ିବେ ବିଧାନସଭା ନିର୍ବାଚନ, ସୁଦାମଙ୍କ ପତ୍ନୀଙ୍କୁ ବି ପ୍ରାର୍ଥୀ କଲା ବିଜେଡି
  • ୧୪୭ଟି ଆସନରୁ ୧୪୧ଟିରେ ପ୍ରାର୍ଥୀ ଘୋଷଣା କରି ସାରିଛି ଦଳ। ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ।

ଭୁବନେଶ୍ବର: ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଦଳ ବିଧାନସଭା ଟିକେଟ ଦେଇଛି। ତାଙ୍କୁ ହିନ୍ଦୋଳ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ସେହିପରି ରଘୁନାଥପାଲୀ ଆସନ ପାଇଁ ଅର୍ଚ୍ଚନ ବେହେରାଙ୍କୁ ଟିକେଟ ଦିଆଯାଇଥିବା ବେଳେ ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି ଓ ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। 

ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ କରାଯାଇଛି ପ୍ରାର୍ଥୀ। ରଘୁନାଥପାଲୀରେ ମଧ୍ୟ ଅର୍ଚ୍ଚନା ବେହେରା ନୂଆ ମୁହଁ। ସୁବ୍ରତ ତରାଇଙ୍କ ଜାଗାରେ ସେ ପ୍ରାର୍ଥୀ ହୋଇଛନ୍ତି। ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଇଛନ୍ତି ବିଶ୍ୱରଂଜନ ମଲ୍ଲିକ। ବାଲିକୁଦା-ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ପାଇଛନ୍ତି ଟିକେଟ। ସେହିପରି ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡିଙ୍କ ସ୍ଥାନ ନେଇଛନ୍ତି ତାଙ୍କ ପତ୍ନୀ ରଞ୍ଜିତା। ସୁଦାମଙ୍କୁ ବିଜେଡି ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୪୧ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୬ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

Leave A Reply

Your email address will not be published.