ମାଲକାନଗିରି ବିଜୁ ଜନତା ଦଳର କର୍ମୀ ସମ୍ମିଳନୀରେ ଯୋଗ ଦେଇ ସମୀକ୍ଷା କଲେ ରାଜ୍ୟ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )

ମାଲକାନଗିରି: ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଏକ ଦିନିଆ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଆସି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଚଳିତ ନିର୍ବାଚନୀ ସମୀକ୍ଷା ଏବଂ ରଣନୀତି ପ୍ରସ୍ତୁତ କରିବା ସହ ମାଲକାନଗିରି ଜିଲ୍ଲାର ୨ଟି ବିଧାନସଭା ଆସନ ଓ ସାଂସଦ ଆସନ କିଭଳି ବିପୁଳ ଭୋଟରେ ବିଜେଡିକୁ ବିଜୟ ଲାଭ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।

ପ୍ରଣବ ପ୍ରକାଶ ଦାଶ (ବବି ଭାଇ)ଙ୍କ ଉପସ୍ଥିତିରେ ପଡିଆ ବ୍ଲକର ସଂଖ୍ୟାଧିକ ବରିଷ୍ଠ ସକ୍ରିୟ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଲେ । ମାଲକାନଗିରି ବିଜୁ ଜନତା ଦଳ ଦଳୀୟ ସାଙ୍ଗଠନକୁ ମଜବୁତ କରିବା ଏବଂ ରାଜ୍ୟ ବିକାଶ ରଥକୁ ଆଗେଇ ନେବା ନିମନ୍ତେ କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ କୋରାପୁଟ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ, ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ପ୍ରମୁଖଙ୍କ ସହ ମାଲକାନଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ସକ୍ରିୟ କାର୍ଯ୍ୟକର୍ତ୍ତା, ଯୁବ ଛାତ୍ର ମହିଳା ସମସ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.