ଭୁବନେଶ୍ୱର, ଏପ୍ରିଲ୍୨୫: ଉତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି । ବୁଧବାର ଏହି ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍ (ଜେସିଆଇ) ପ୍ରାଇମ୍ ମାନ୍ୟତା ପ୍ରାପ୍ତ ହୋଇଛି ।
ହସ୍ପିଟାଲ ପରିସରରେ ପ୍ରମୁଖ ମେଡିକାଲ୍ ଟେକ୍ନୋଲୋଜି କମ୍ଫାନୀ ବେକ୍ଟନ୍, ଡିକିନ୍ସନ୍ ଆଣ୍ଡ କୋ (ବିଡି)ର ସହଯୋଗ ରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ ରାଶି ହାସଲ କରି ଏହି ମାନ୍ୟତା ପ୍ରାପ୍ତ କରିଛି ।
ସମ୍ମମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ସାର୍ଟିପିକେଟ୍ ଗ୍ରହଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍, ଫାର୍ମାସୀ ଟିମ୍, ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ବିଡି ର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ଆଫେୟାରସ୍ ଲିଡର୍ ଡକ୍ଟର ପଙ୍କଜ ରାଇନା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ୱାବଧାନରେ ଇନ୍ଫେକ୍ସନ୍ କଂଟ୍ରୋଲ ବିଭାଗ, ନର୍ସିଂ ଟିମ୍, ଫାର୍ମାସୀ ଟିମ୍, ଇନ୍-ପେସେଂଟ ସର୍ଭିସେସ୍ ଟିମ୍ ଓ କ୍ୱାଲିଟି ମ୍ୟାନେଜମେଂଟ ଟିମ୍ ମିଳିତ ଭାବେ କାର୍ଯ୍ୟକରିଥିଲେ ।
ଏହି ସାର୍ଟିପିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନ୍ଭାସିଭ୍ ଫଙ୍ଗଲ୍ ଇନ୍ଫେକ୍ସନ୍ ଇନ୍ ଆଇସିୟୁ’ ଏବଂ ‘ଇନ୍ଫେକ୍ସନ୍ କଂଟ୍ରୋଲ କେୟାର୍ ବଣ୍ଡଲ୍’ ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମିକ୍ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଦୁଇଟି ସେସନ୍ରେ ସମ୍ମମ୍ ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗ ର ସିନିୟର କନ୍ସଲଟାଂଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।