ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ

ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସମ୍ବର୍ଦ୍ଧିତ କଲେ
ସମ୍ବଲପୁର, ୨୫/୦୪/୨୦୨୪: ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ।

ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ ପୂଜାରୀ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଣବ ପ୍ରକାଶ । ତାଙ୍କର ଜୀବନବ୍ୟାପୀ ସାଧନାକୁ ପ୍ରଣାମ କରିବା ସହିତ ଭାଷା ସାହିତ୍ୟ ପାଇଁ ତାଙ୍କର ଅବଦାନ ଚୀରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

ପଦ୍ମଶ୍ରୀ ବିନୋଦ ପଶାୟତ ବୃତ୍ତିରେ ଜଣେ ବାରିକ ଅଟନ୍ତି । ସମ୍ବଲପୁରୀ ସାହିତ୍ୟ ରଚନା କରିବାର ନିଶା ଆଜି ତାଙ୍କୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । ପ୍ରକାଶ ଥାଉକି ପଦ୍ମଶ୍ରୀ ବିନୋଦ ପଶାୟତ ତାଙ୍କର ସେଲୁନ ଦୋକାନରେ ହିଁ ସାହିତ୍ୟ ସାଧନା କରୁଥିଲେ । ବିଶିଷ୍ଟ ସମ୍ବଲପୁରୀ ନାଟକ ମୁଇଁ ନାଇଁ ମରେଁ ତାଙ୍କୁ ଖ୍ୟାତି ଆଣିଦେଇଥିଲା ।

ତାଙ୍କ ରଚିତ ୧୨ ଗୋଟି ସମ୍ବଲପୁରୀ ନାଟକ ମଧ୍ୟରୁ ଉଖି, ଲିତା, ଚିହ୍ନା, ଭରନା ଆଦି ନାଟକରେ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି ସର୍ଜନା ପରିଲକ୍ଷିତ ହୁଏ । ସମର୍ପଣ, ଆଦିବାସୀ ଓ ପରସ୍ତ୍ରୀ ଭଳି ଓଡିଆ ସିନେମାରେ ସେ ମଧ୍ୟ ଗୀତ ଲେଖିଛନ୍ତି । ତାଙ୍କର ଅନେକ କାବ୍ୟ କବିତା ଓ ଗୀତ ଆଜି ବି ଜନମାନସରେ ଚୀରସବୁଜ ହୋଇ ରହିଛି । ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରି ଗର୍ବ ଅନୁଭବ କରୁଥିବା ପ୍ରଣବ ପ୍ରକାଶ ଦାସ କହିଥିଲେ ।

Leave A Reply

Your email address will not be published.