ଓଡ଼ିଶା ସୁରକ୍ଷା ସେନା ଦ୍ୱାରା ସମର୍ଥିତ ରାଜେଶ କୁମାର ପାତ୍ର କଟକ-ବାରବାଟୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

କଟକ: ଓଡିଶା ସୁରକ୍ଷା ସେନା ପକ୍ଷରୁ ରାଜେଶ କୁମାର ପାତ୍ର କଟକ-ବାରବାଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ସମର୍ଥନ କରାଯାଇଛି। ଆଜି ଶ୍ରୀ ପାତ୍ର ତାଙ୍କ ସମର୍ଥକଙ୍କ ସହ କଟକସ୍ଥିତ ସବ୍ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ ବାରବାଟୀ ବିଧାନ ସଭା କ୍ଷେତ୍ରର ୧୦ ଜଣ ଭୋଟର ତାଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଅଟନ୍ତି। ସେଥିମଧ୍ୟରୁ ୨ ଜଣ ମହିଳା, ସାଧାରଣ ବର୍ଗର ୨, ଓ.ବି.ସି ୨, ଏସ.ସି ୨ ଏବଂ ଏସ.ଟି ସମ୍ପ୍ରଦାୟର ୨ ଜଣ ଅଛନ୍ତି।

ଶ୍ରୀ ପାତ୍ର ଜଣେ ସାମାଜିକ କର୍ମୀ ଏବଂ ଓଡିଶା ସୁରକ୍ଷା ସେନା ରାଜ୍ୟ ଉପାଧ୍ୟକ୍ଷ ଅଟନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଯଦି ଜନସାଧାରଣ ତାଙ୍କୁ ଚୟନ କରନ୍ତି, ତେବେ ସେ କଟକ ଏବଂ ଓଡିଶା ଅଞ୍ଚଳରେ ଗୋ ମାତା ମାନଙ୍କୁ ହତ୍ୟା କରିବାକୁ ଦେବେ ନାହିଁ।

ଗା ମାତା ରକ୍ଷାକାରୀ ମାନଙ୍କୁ ସୁରକ୍ଷା ଯୋଗାଇବ ଏବଂ ବିଧାନସଭାରେ ଓଡ଼ିଶାରେ ଚାଲିଥିବା ଜମି ଜିହାଦ, ପ୍ରେମ ଜିହାଦ ଏବଂ ଧର୍ମାନ୍ତିକରଣ ପ୍ରସଙ୍ଗ ଉଠାଇବ | ବେଆଇନ ଭାବେ ଓଡିଶାରେ ବସବାସ କରୁଥିବା ରୋହିଙ୍ଗ୍ୟା, ବାଂଲାଦେଶୀମାନଙ୍କୁ ନିଜ ଅଞ୍ଚଳରୁ ବାହାର କରିଦେବେ।

ଶ୍ରୀ ପାତ୍ର ସହ ସବ୍ କଲେକ୍ଟର କାର୍ଯ୍ୟାଳୟରେ ଓଡିଶା ସୁରକ୍ଷା ସେନା ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ, ଆଇନ ବିଭାଗ ମୁଖ୍ୟ ଆଡଭୋକେଟ୍ ଅରୁଣ କୁମାର ନାୟକ, ଛାତ୍ର ଶାଖା ସଭାପତି ପ୍ରିୟବ୍ରତ ଦାଶ, କୈଳାଶ ବେହେରା, ରାଜେଶ ଜେନା, ରାଜେନ୍ଦ୍ର ଗୋଛାୟତ, ତାପସ ଗୋଛାୟତ ଇତ୍ୟାଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.