ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଡବଲ ଇଞ୍ଜିନ ନୁହେଁ, ନବୀନଙ୍କ ଯୋଡି ଶଙ୍ଖ ଦରକାର

ମାଲକାନଗିରିର ବିକାଶ ଓ ପ୍ରତିଶ୍ରୁତି ସର୍ବାଗ୍ରେ- ପାଣ୍ଡିଆନ

ମାଲକାନଗିରି: ଆଜି ଆମ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କାଲିମେଳାରେ ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ସେ ଉଭୟ ବିଧାୟକ ଓ ସାଂସଦ ପ୍ରାଥୀ ପାଇଁ ଭୋଟ ଭିକ୍ଷା କରି କହିଥିଲେ ଯେ ଓଡିଶାରେ ଡବଲ ଇଞ୍ଜିନ ନୁହେଁ ବରଂ ନବୀନ ଇଞ୍ଜିନ ଓ ଯୋଡି ଶଙ୍ଖ ଦରକାର। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥାଇ କଣ ବିକାଶ ହୋଇଛି ବୋଲି ସେ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଗତ ପାଞ୍ଚ ବର୍ଷ ଆପଣମାନେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେଇଥିଲେ ସେ ଜିଲ୍ଲାର କି ବିକାଶ କରିଛନ୍ତି ବୋଲି ବିଜେପି ଦଳକୁ ଇଙ୍ଗିତ କରି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ଏତେ ଭଲ ପାଉଛନ୍ତି ଯେ ସବୁ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି। ଲଷ୍ମୀ ଯୋଜନା ଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା, ଚାଉଳ ଯୋଜନା ସବୁ ଏହି ଜିଲାରୁ ଆରମ୍ଭ ହୋଇଛି।ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ବର୍ତମାନ ବିଭିନ୍ନ ଉନତିମୂଳକ କାମ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ସେ ଗୋଟି ଗୋଟି କରି ହିସାବ ମଧ୍ୟ ଦେବାକୁ ଭୁଲି ନ ଥିଲେ। ତେଣୁ ଜିଲ୍ଲାର ବିକାଶ ପାଇଁ ଯୋଡି ଶଙ୍ଖ ଅର୍ଥାତ ଗୋଟିଏ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ଓ ଆଉ ଗୋଟିଏ ନବରଙ୍ଗପୁର ସାଂସଦ ପାର୍ଥୀ ପ୍ରଦୀପ ମାଝୀ ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥି ସହିତ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସେଲଫି ନେଇଥିଲେ। ସେହିପରି ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଲୋକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସାର ଦାମ ବୃଦ୍ଧି ପାଇଁ ବିଜେପି ସରକାର ଦାୟୀ ଓ ବିଜେପି ଦଳ କେବଳ ମିଛ ପ୍ରତିଶ୍ରୁତି ଦେଇଥାଏ। ଜିଲ୍ଲାରେ ଥିବା ବଙ୍ଗୀୟ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଶ୍ରୀଯୁକ୍ତ ମାଝୀ ଭୁଲି ନ ଥିଲେ। ସେ କହିଥିଲେ ଯେ ତାଙ୍କ ଦଳ ସର୍ବଦା ବଙ୍ଗୀୟ ଭାଇମାନଙ୍କ ସହିତ ରହିଛି ଓ ଆଗାମୀ ଦିନରେ ରହିଥିବ। ଏଥି ସହିତ ସେ ବିରୋଧୀ ଦଳକୁ ଟାର୍ଗେଟ କରି କହିଥିଲେ ଯେ ବିଜେଡି ଆଦିବାସୀ ମାନଙ୍କର ଜଙ୍ଗଲ ଜମି ପଟା ଛଡାଇ ନେବ ବୋଲି ମିଛ ପ୍ରଚାର କରୁଛନ୍ତି। ସେହିପରି ବଙ୍ଗୀୟ ଗ୍ରାମକୁ ରାଜସ୍ବ ଗ୍ରାମ ନ କରିବାକୁ ବିଜେଡି ଦଳ ଚେଷ୍ଟା କରୁଛି ବୋଲି ବିରୋଧୀ ଦଳ ଯେଉଁ ମିଛ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ ମିଛ ବୋଲି କହିବା ସହିତ ଏ ବିଷୟରେ ସେ ଭି କେ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ମାଥିଲି ଠାରେ ପହଞ୍ଚି ପ୍ରଥମେ ଲୋକଙ୍କ ସହ ସେଲଫି ଉଠାଇଥିଲେ। ପରେ ନବୀନ ସରକାର ଦେଇଥିବା ପ୍ରତିଶ୍ରୁତିଗୁଡିକ ଗୋଟି ଗୋଟିଏ କରି ଲୋକଙ୍କ ସାମ୍ନାରେ ରଖିଲେ। ସେ ଗତ ମାର୍ଚ୍ଚ ୨୮ ତାରିଖରେ ଆସିଥିବା ବେଳେ ତାଙ୍କ ନିକଟରେ କରାଯାଇଥିବା ସମସ୍ତ ଦାବି ପୂରଣ କରିଥିବା ସେ ଲୋକଙ୍କୁ ହିସାବ ଦେଇଥିଲେ। ବିଜେଡି ଯାହା କହିବ ତାହା କରିବ ବୋଲି କହିଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ସରକାର ସପ୍ତଧାରା ପାଇଁ ୪ ହଜାର ଟଙ୍କା ମଞ୍ଜୁର କରିଥିବା କହିଥିଲେ। ଏଥିସହ ଏହି ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଟଙ୍କାର ସେତୁ ନିର୍ମାଣ ସହ ଶିକ୍ଷାନୁଷ୍ଠାନ ଖୋଲିବା, ଧର୍ମାନୁଷ୍ଠାନକୁ ପୁନଃ ମରାମତି ସହ ସୌନ୍ଦର୍ଯ୍ୟକରଣ କରିବା ଭଳି କ୍ଷେତ୍ରରେ କୋଟି କୋଟି ଟଙ୍କା ପ୍ରଦାନ କରାଯାଇଛି। ମାଲକାନଗିରି ବିକାଶରେ ରାଜ୍ୟର ଏକ ନମ୍ବର ସ୍ଥାନରେ ଆଗାମୀ ଦିନରେ ରହିବ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ପ୍ରଦୀପ ମାଝି ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ବିଜେପି ଏସସି ଓ ଏସଟି ରିଜରଭେସନ ଉଠାଇବାକୁ ଚେଷ୍ଟା କରୁଛି। ତାକୁ ଭୋଟ ଦେଲେ ଆମର ଅସ୍ତିତ୍ବ ରହିବ ନାହିଁ ବୋଲି ପ୍ରଦୀପ ମାଝି ଆଧିବାସୀ ଭାଇ ଭଉଣୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଟିକେ ବିଳମ୍ବରୁ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଗରମ ସତ୍ବେ ଲୋକେ ଭିକେ ପାଣ୍ଡିଆନଙ୍କୁ ଦେଖିବା ଏବଂ ତାଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରି ରହିଥିଲେ।

Leave A Reply

Your email address will not be published.