xmas

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଡ. ଅରବିନ୍ଦ ପାଢ଼ୀ

ଆଜି ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅତିରିକ୍ତ ଦାୟିତ୍ୱ ଭାବରେ ଅରବିନ୍ଦ ପାଢୀ ପୁରୀ ଆସି ଦାୟିତ୍ୱ ନେଇଛନ୍ତି ।

ଆଜି ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ କିଭଳି ନୀତିକାନ୍ତି ସମ୍ପନ୍ନ ହେବ ସେ ସମ୍ପର୍କରେ ତଥ୍ୟ ଦେବା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରଥନିର୍ମାଣକୁ ମଧ୍ୟ ଦୃଷ୍ଟି ଦେଇଥିଲେ। ଚଳିତ ବର୍ଷ କିଭଳି ନୀତିକାନ୍ତି ସମ୍ପନ୍ନ ହେବ ସେ ସମ୍ପର୍କରେ ତଥ୍ୟ ଦେବା ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.