ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡ଼ର କୋଣ୍ଟାରେ କାର୍ଯ୍ୟରତ ୪ ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଆନ୍ଧ୍ରପ୍ରଦେଶର ଚିନ୍ତୁର ପୋଲିସ ଗିରଫ କରିବା ମାମଲାରେ ଏକ ବିରୋଧ ପ୍ରଦର୍ଶନ ସଭା ଛତିଶଗଡ଼ର କୋଣ୍ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୪ ରାଜ୍ୟରୁ ସାମ୍ବାଦିକ ମାନେ ଏକତ୍ରିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଆୟୋଜିତ ସଭାରେ ଗିରଫ ହୋଇଥିବା ୪ ସାମ୍ବାଦିକ ମାନଙ୍କୁ ନିସର୍ତ ମୁକ୍ତ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା । ଉଭୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସରକାର ଏହି ଘଟଣାକୁ ନେଇ ଆଲୋଚନା କରି ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସ୍ଵଫଳ ମିଳି ନାହିଁ । ତେଣୁ ଯଥା ଶୀଘ୍ର ଯଦି ଏହି ଘଟଣାରେ ପଦକ୍ଷେପ ନିଆ ନ ଯାଏ ଓ ସାମ୍ବାଦିକ ମାନଙ୍କୁ ନ୍ୟାୟ ନ ମିଳେ ତେବେ ଆଗକୁ ଏହି ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେବ ବୋଲି କୁହାଯାଇଛି । ସୂଚନା ଥାଉକି ଏହି ୪ ସାମ୍ବାଦିକ ନିଶୁ ତ୍ରିବେଦୀ, ମନୀଷ ଠାକୁର, ଧର୍ମେନ୍ଦ୍ର ସିଂ, ବାପି ରାୟ ଏକ ଖବର ସଂଗ୍ରହ ପାଇଁ ଚିନ୍ତୁର ଯାଇଥିବା ବେଳେ ସେଠାର ପୋଲିସ ଏହି ୪ ସାମ୍ବାଦିକ ମାନଙ୍କ ଗାଡ଼ିରେ ଗଞ୍ଜେଇ ରଖି ସେମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିଲା । ଯାହାର ସିସିଟିଭି ରେକର୍ଡ ରହିଥିବା ବେଳେ ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଛି ।
Sign in
Sign in
Recover your password.
A password will be e-mailed to you.