xmas

ସାହାଣି କପ୍ ପାଇଁ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା

ମାଲକାନଗିରି,୧୫।୯: ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଖେଳ ପଡିଆ ଠାରେ ସାହାଣି କପ୍‌- ୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଯାଇଛିା ଏହି ଚୟନ ପ୍ରକ୍ରିୟାରେ ମୁଖ୍ୟ ଅତିଥି ବାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲୋ ମାଲକାନଗିରି ଜିଲ୍ଲାରେ ଏହି ସାହାଣି କପ୍ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲା ଭାବେ ଘୋଷଣା ହେବା ପରେ ଗତ ୨୦୦୫ ମସିହାରେ ପ୍ରଥମ ଥର ମାଲକାନଗିରି ଜିଲ୍ଲା ତରଫରୁ ଏହି ସାହାଣି କପ୍ ନିମନ୍ତେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲୋ ଆଜିର ଏହି କାର୍ଯ୍ୟକ୍ରମରେ ମୋଟ ୧୪୦ ଜଣ ଖେଳାଳୀ ଏଥିରେ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୨୦ ଜଣ ଖେଳାଳୀ ଚୟନ କରାଯାଇଛିା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲାକନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର, ନିହାର ରାୟ, ଫୁଟବଲ କୋଚ୍ ସତବିର ସିଂ, ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.