ଭାରତୀୟ ର‌୍ୟୁମାଟୋଲୋଜି ଆସୋସିଏସନ୍ ଓଡ଼ିଶା ଶାଖା ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ୧୮/୦୯ : ପୁରୀରେ ସେପ୍ଟେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାଂଚଳ ର‌୍ୟୁମାଟୋଲୋଜି ଆସୋସିଏସନ୍ (ଇଜ୍‌୍ରାକନ୍‌) ଓ ଭାରତୀୟ ର‌୍ୟୁମାଟୋଲୋଜି ଆସୋସିଏସନ୍ ଓଡ଼ିଶା ଶାଖାର ୩ ଦିନିଆ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସଂପୃକ୍ତ ବିଭାଗୀୟ ମୁଖ୍ୟ ତଥା ଓଡ଼ିଶା ଶାଖା କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର (ଡାକ୍ତର) ପ୍ରଦୀପ ଶେଖର ପାତ୍ର ଓ କାର୍ଯ୍ୟକାରୀ ଯୁଗ୍ମ ସମ୍ପାଦକ ଡା. ରଶ୍ମି ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏସ୍‌ସିବିର ର‌୍ୟୁମାଟୋଲୋଜି ବିଭାଗ ପ୍ରଫେସର (ଡାକ୍ତର) ବିଦ୍ୟୁତ କୁମାର ଦାସ ଏବଂ କିମ୍‌ସର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ଡା. ରାମନାଥ ମିଶ୍ର ସାଇନ୍‌ଟିଫିକ୍ ପ୍ରୋଗ୍ରାମ ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଓ ତଥା ଜାତୀୟସ୍ତରୀୟ ବିଶେଷଜ୍ଞମାନେ ର‌୍ୟୁମାଟୋଲୋଜି ଚିକିତ୍ସା ଉପରେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ଆର୍‌ଏନ୍ ରଥ ବକ୍ତୃତା ଉପସ୍ଥାପନା କରିଥିଲେ ନୂଆଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ ର‌୍ୟୁମାଟୋଲୋଜି ବିଶେଷଜ୍ଞ ରୋହିନୀ ହଣ୍ଡା । କୋଲକାତା ବି.ଆର୍ ସିଂ ହସ୍ପିଟାଲ୍‌ର ମେଡିସିନ୍ ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପରାମର୍ଶଦାତା ଡାକ୍ତର ଶ୍ରାବଣୀ ରୁଦ୍ର ସେନ୍‌ଗୁପ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ପୁରୀ ସ୍ଥିତ ଜଗନ୍ନାଥ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କୁ ସିଏମ୍‌ଇ ସେସନ୍‌ରେ ର‌୍ୟୁମାଟୋଲୋଜି ଚିକିତ୍ସା, କାରଣ, ନିରାକରଣ ଓ ସଚେତନତା ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ୧୧ଟି ପୂର୍ବାଂଚଳ ରାଜ୍ୟରୁ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ଡା. ଅମିତ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.