ମାଲକାନଗିରି, ୧୬।୧: ସାଇକେଲ ଯୋଗେ ମାଲକାନଗିରିରୁ ପ୍ରୟାଗରାଜର ମହାକୁମ୍ଭ ମେଳାକୁ ଯାତ୍ରା କରି ନିଆରା ବାର୍ତ୍ତା ଦେଇଛନ୍ତି ସମାଜସେବୀ ଦିନେଶ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ପ୍ରୟାଗରାଜ ଠାରେ ଆୟୋଜିତ ପୂର୍ଣ୍ଣ ମହାକୁମ୍ଭରେ ଯୋଗ ଦେବାକୁ ବେସ ଆଗ୍ରହୀ ଥିବାବେଳେ ସେ ନିଆରା ଢଙ୍ଗରେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମହାକୁମ୍ଭ ମେଳାରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଦେଶ ବାହାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ତେବେ ଚଳିତ ବର୍ଷ ହେଉଥିବା ମହାକୁମ୍ଭର ଏକ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି, କାରଣ ୧୪୪ ବର୍ଷ ପରେ ଏକ ଭଲ ବେଳା ଓ ନଖେତ୍ରରେ ଏହି ମହାକୁମ୍ଭ ମେଳା ପାଳନ ହୋଇଥିବାରୁ ଦିନେଶ ଏହି ମହାକୁମ୍ଭର ଏକ ଅଂସ ହେବା ପାଇଁ ସାଇକେଲରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ତେବେ ସୂଚନା ଥାଉକି ଗତ ବର୍ଷ ଦିନେଶ ମାଲକାନଗିରିରୁ ପଦଯାତ୍ରା କରି ଅଜୋଧ୍ୟାରେ ରାମମନ୍ଦିର ପହଞ୍ଚିଥିଲେ। ବର୍ତ୍ତମାନ ସାଇକେଲ ଯୋଗେ ମାଲକାନଗିରିରୁ ପ୍ରୟାଗ ରାଜ ଯାତ୍ରା ଆରମ୍ଭ କରିଛନ୍ତି। ଯାହା ମାଲକାନଗିରି ପାଇଁ ଗୌରବର ବିଷୟ ବୋଲି କୁହାଯାଇଛି। ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା ପ୍ରାୟ ୧୧୦୦ କିଲୋମିଟର ହୋଇଥିବାବେଳେ ଆସନ୍ତା ୧୦ରୁ ୧୨ଦିନ ମଧ୍ୟରେ ଦିନେଶ ସେଠାରେ ପହଞ୍ଚିବେ ବୋଲି ଆଶା ରଖିଛନ୍ତି। ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହ କିପରି ଆଜିର ଯୁବପିଢ଼ି ଆଗକୁ ଆସିବେ ଓ ଧର୍ମ ବିଷୟରେ ଜାଣିପାରିବେ ଏହାହିଁ ଦିନେଶଙ୍କ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏହି କୁମ୍ଭରେ ଯୋଗଦେବା ଭାଗ୍ୟର ବିଷୟ ବୋଲି କହିବା ସହ ଯୁବପିଢ଼ି ଧର୍ମ ପ୍ରତି ସଚେତନତା ହେବା ନେଇ ବାର୍ତା ଦେଇ ଯାତ୍ରା ଆରମ୍ଭ କରିଥିଲେ ଦିନେଶ।
Sign in
Sign in
Recover your password.
A password will be e-mailed to you.