ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନ କରିବ କ୍ଷୁଦ୍ର ଚଳଚ୍ଚିତ୍ର କଢ଼ି।

କଣ୍ଟାମାଳ- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ତଥା ସମଗ୍ର ଅଞ୍ଚଳରେ ବାଲ୍ୟ ବିବାହ ନିରାକରଣ ପାଇଁ ଭିନ୍ନ ଧରଣର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ବାରିକ। ଏକ କ୍ଷୁଦ୍ର ଚଳଚ୍ଚିତ୍ର କଢି ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ପ୍ରୟାସ କରିଛନ୍ତି। ବାଲ୍ୟ ବିବାହ ରୋକିବାକୁ ସଚେତନତା ଧର୍ମି ଏକ କ୍ଷୁଦ୍ର ଚଳଚ୍ଚିତ୍ର କଢି ଖୁବ୍ ଶୀଘ୍ର ମୁକ୍ତି ଲାଭ ହେବାକୁ ଯାଉଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହାର ସୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅବିନାଶ ହୋତା, ଶୁଲଗ୍ନା ନାୟକ,ସର୍ବଦମନ ସାହୁ,ସୁବାସ ରଣା,କେମେରା ରେ ଆର୍ଯ୍ୟନ ପପୁ,ମେକ୍ ଅପ୍ରେ ଦିବ୍ୟଲୋଚନ ବାରିକ ରହିଥିବା ବେଳେ ଚଳଚ୍ଚିତ୍ରରେ ରଚନା ସଙ୍କାଳ୍ପ ଓ ପ୍ରଯୋଜନା ସନ୍ତୋଷ ମହାରଣା, ନିର୍ଦ୍ଧସେନା ସଞ୍ଜୟ ବାରିକ । ଏହି ଚଳଚ୍ଚିତ୍ର ଆସନ୍ତା ସେପ୍ଟେମ୍ବର ମାସରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତେବେ ସମାଜକୁ ଏକ ଆହ୍ୱାନ ତଥା ଶିକ୍ଷଣୀୟ କଥା ବସ୍ତୁକୁ ଚଳଚ୍ଚିତ୍ରରେ ଦର୍ଷା ଯାଇଥିବାରୁ ଲୋକଙ୍କୁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.