xmas

ବାପା ଚା’ ଦୋକାନୀ:ଟି-୨୦ ୱାର୍ଲଡ କପ୍ ଖେଳିବେ ଦିବ୍ୟାଙ୍ଗ ପୁଅ

କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଏହି ଯୁବକ ଜଣକ ହେଉଛନ୍ତି ଜୟପ୍ରକାଶ ସାହୁ । ଜାତୀୟ ଡିଫ୍ କ୍ରିକେଟର ଭାବେ ସେ ବହୁ ମ୍ଯାଚ ଖେଳି ସାରିଛନ୍ତି । ଏକାଧିକ ବାର ସେ ମ୍ୟାନ ଅଫ ଦି ମ୍ଯାଚ ଓ ମ୍ୟାନ ଦି ସିରିଜ ମଧ୍ୟ ପାଇଛନ୍ତି । ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ସବୁଠୁ ବଡ କଥା ହେଲା ୨୦୨୩ରେ ହେବାକୁ ଥିବା ପ୍ରଥମ ୱାର୍ଲଡ ଡିଫ୍ ଟି-୨୦ କ୍ରିକେଟ ଚମ୍ପିୟାନଶିପରେ ଖେଳିବା ପାଇଁ ତାଙ୍କ ପାଖେ ଯଥେଷ୍ଟ ସୁଯୋଗ ରହିଛି ।

କାରଣ ଆଗକୁ ହେବାକୁ ଥିବା ଷଷ୍ଠ ଜାତୀୟ ଟି-୨୦ ମ୍ଯାଚରେ ଖେଳିବା ଖେଳିବା ପାଇଁ ମନୋନୀତ ହୋଇଛନ୍ତି ଜୟପ୍ରକାଶ । ସେ କଥା ସିନା କହି ପାରୁନାହାନ୍ତି ହେଲେ ତାଙ୍କ ଉତ୍ସାହ ଦେଖିଲେ ଆପଣ ଉତ୍ସାହିତ ହୋଇଯିବେ । କ୍ରିକେଟ ମଇଦାନରେ ତାଙ୍କର ଅଭ୍ଯାସ ହେଉ କିମ୍ବା ତାଙ୍କ ମନକଥା କାହାକୁ ବୁଝାଇବା ବେଳେ ହେଉ, ସାଧାରଣ ଲୋକେ ତାଙ୍କ କଥା ବୁଝିବା ସହଜ ହୁଏନି ତଥାପି ସେ ବୁଝାଇବାରେ ଥକି ପଡନ୍ତି ନାହିଁ ।

ଦୁଃଖର କଥା ହେଉଛି ଜୟପ୍ରକାଶଙ୍କ ପାଖେ ଭଲ ବ୍ୟାଟ ଖଣ୍ଡିଏ ବି ନାହିଁ । ବାପା ଜଳଧର ସାହୁ ଛୋଟ ଚା ଦୋକାନଟିଏ ଦେଇ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଘର ଚଳେ । ଯେଉଁଠି ରୋଜଗାର ଓ ତେଲ ଲୁଣ ନିଅଣ୍ଟ ସେଠାରେ ପୁଅର କ୍ରିକେଟ ସ୍ଵପ୍ନକୁ ପୁରା କରିବା ଯେ କେତେ କଷ୍ଟ ସେକଥା ବାପା ଠାରୁ ବେଶୀ ଆଉ କିଏ ବୁଝିପାରିବ ? ଜୟପ୍ରକାଶ ଯୁକ୍ତ ଦୁଇ ଯାଏଁ ପାଠ ପଢିଛନ୍ତି । ତାଙ୍କ ଅଞ୍ଚଳରେ ସେ ବେଶ ଜଣାଶୁଣା ହୋଇଗଲେଣି ।

Leave A Reply

Your email address will not be published.