xmas

ଅମୃତ ମହୋତ୍ସବ ଅବସରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଳ ତରଫରୁ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ଗୁରୁକୁଳ ଅଧ୍ୟକ୍ଷା ରାଜଲଷ୍ମୀ ଦାସ ତଥା ମିସ ସରସ୍ୱତୀ ଖରା ଓ ମିନି ନାୟକ ଏବଂ ସମସ୍ତ ମିସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାର ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଡିଏଭି ଗୁରୁକୁଳର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ତ୍ରିରଙ୍ଗା ପତାକା ଧରି ଚିତ୍ରକୋଣ୍ଡା କଲୋନୀ ତଥା ସହରର ମୁଖ୍ୟ ରାଜରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ବ୍ୟାନର ପ୍ଲାକାର୍ଡ଼ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।

ସେଇ ଭଳି ଚିତ୍ରକୋଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ, ଟେମ୍ପରାରି କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ନିଶା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀ ଶପଥ ପାଠ କରିବା ସହିତ ହାତରେ ତ୍ରିରଙ୍ଗା ପତାକା ଓ ବିଭିନ୍ନ ପୋଷ୍ଟର ବ୍ୟାନର ଧରି ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାଧୀନତା ଦିନର କଥାକୁ ମନେ ପକେଇବା ପାଇଁ ଅମୃତ ମହୋତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.