ରାତିପାହିଲେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣା ନନ୍ଦଙ୍କ ଶ୍ରାଦ୍ଧ ଦିବସ, ଚକାପାଦ ଓ ଜଲେଶପଟ୍ଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ-୧୭/୦୮ ରାତି ପାହିଲେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ I ଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମୀଜିଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ପବିତ୍ର ଜନ୍ମ।ଷ୍ଟମୀ ପୂଜା ଓ ସ୍ୱାମୀଜିଙ୍କ ଶ୍ରାଦ୍ଧ ଦିବସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଧୁମଧାମରେ ପାଳନ ହେବ l ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l
ସମସ୍ତେ ମାସ୍କ ପିନ୍ଧିବା ସହ କୋଭିଡ଼ ନିୟମ ପ୍ରକାରେ କମ ସଂଖ୍ୟକ ଭକ୍ତଙ୍କ ମଧ୍ଯରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବ ବୋଲି ଜଣାପଡିଛି l ଆସନ୍ତାକାଲି ଗୁରୁବାର ଚକାପାଦ ଓ ଜଲେଶପଟା ଆଶ୍ରମ ରେ ସକାଳୁ ପ୍ରଥମେକଳସ ଶୋଭାଯାତ୍ରା ହେବ ଏହା ପରେ ହୋମଯଜ୍ଞ, ଗୋପୁଜନ, ନାମ ସଂକିର୍ତ୍ତନ, ଅନ୍ନ ଯଂଗ୍ୟ, ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣା ନନ୍ଦ ସରସ୍ଵତୀ କହିଛନ୍ତି । ସେହିପରି ଫୁଲବାଣୀ ସମେତ ସମସ୍ତ ବ୍ଲକରେ ସ୍ୱାମୀଜିଙ୍କ ଶ୍ରଦ୍ଧାଞ୍ଜଳି ସଭା କରାଯିବ l ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଠାରେ ଅତିରିକ୍ତ ଏସପିଙ୍କ ସମେତ ୨ ପାଟୁନ ପୋଲିସ ଫୋର୍ସ ମୃତୟନ କରାଯିବ l ସେହିପରି ଜଲେଶପଟ୍ଟା ଆଶ୍ରମରେ ମଧ୍ୟ ୨ ଜଣ ଡିଏସପି ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ସବ ଇନିସପେକ୍ଟର ନିୟୋଜିତ କରାଯାଇଥିବା କୁହାଯାଇଛି l ତେବେ ସ୍ୱାମୀ ଲକ୍ଷ୍ମଣ। ନନ୍ଦଙ୍କ ସମେତ ୫ ଜଣଙ୍କୁ ହତ୍ୟା ମାମଲାରେ ଜଡିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେହିପରି କନ୍ଧମାଳ ଦଙ୍ଗା ଘଟଣାରେ ୬୩୯ଟି ମାମଲା ରୁଜୁ ହୋଇଥିଲ। । ସେଥିରୁ ୧୧୩ଟି ମାମଲାରେ ୪୦୩ ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିବାବେଳେ ୫ ହଜାର ଅଭିଯୁକ୍ତ ଖଲାସ ହେଇଥିଲେ। ତେବେ ସ୍ୱାମୀଜୀଙ୍କ ମୁଖ୍ୟ ହତ୍ୟାକାରୀ ଙ୍କୁ ଏଯାଏ ଗିରଫ କରାଯାଇନଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ କରିଛି ।

Leave A Reply

Your email address will not be published.